କରୋନା ଆକ୍ରାନ୍ତ ହେଲେ ରେସିଂ ଟ୍ରାକ୍‌ର ବାଦ୍‌ଶାହ

ନୂଆଦିଲ୍ଲୀ, ୨୪।୮: ଲିଜେଣ୍ଡ ଧାବକ ତଥା ରେସିଂ ଟ୍ରାକ୍‌ର ବାଦ୍‌ଶାହ ଭାବେ ବିଶ୍ୱରେ ସ୍ବତନ୍ତ୍ର ପରିଚୟ ଲାଭ କରିଥିବା ଜାମାଇକାର ଉସେନ ବୋଲ୍ଟ କରୋନା ଆକ୍ରାନ୍ତ ହୋଇଛନ୍ତି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ, ବିଶ୍ୱର ଏହି ଦ୍ରୁତତ୍ତମ ଧାବକ ନିକଟରେ ନିଜର ୩୪ତମ ଜନ୍ମଦିବସ ପାଳନ କରିବା ପରେ କରୋନା ଆକ୍ରାନ୍ତ ହୋଇଥିଲେ। ବୋଲ୍ଟଙ୍କ ଜନ୍ମଦିନ ପାର୍ଟିରେ ଇଂଲଣ୍ଡର ଷ୍ଟାର୍‌ ଫୁଟ୍‌ବଲ ଖେଳାଳି ରହିମ ଷ୍ଟ୍ରଲିଂ ମଧ୍ୟ ଉପସ୍ଥିତ ରହିଥିଲେ। ରିପୋର୍ଟ ଅନୁଯାୟୀ, ଆଠଥରର ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ବୋଲ୍ଟ କରୋନା ପଜିଟିଭ ଜଣାପଡ଼ିବା ପରେ ଆଇସୋଲେସନରେ ରହିଛନ୍ତି। ଜନ୍ମଦିନ ପୂର୍ବରୁ ବୋଲ୍ଟ ତାଙ୍କ କରୋନା ଟେଷ୍ଟ କରାଇଥିଲେ। ଯାହାର ରିପୋର୍ଟ ଜନ୍ମଦିନ ପାର୍ଟି ଶେଷ ହେବାପରେ ପଜିଟିଭ ଆସିଥିଲା।

Share