Categories: ଖେଳ

ନ୍ୟୁଜିଲାଣ୍ଡ କ୍ରିକେଟରେ ବର୍ଣ୍ଣବୈଷମ୍ୟବାଦ

ଅକଲାଣ୍ଡ,୧୨ା୮: ନ୍ୟୁଜିଲାଣ୍ଡ କ୍ରିକେଟ ପୁଣି ଥରେ ଚର୍ଚ୍ଚାରେ। କିଛି ଦିନ ତଳେ ପୁରୁଷ ଓ ମହିଳା ଖେଳାଳିଙ୍କ ସମାନ ଦରମାକୁ ନେଇ ନ୍ୟୁଜିଲାଣ୍ଡ କ୍ରିକେଟ ଚର୍ଚ୍ଚାରେ ରହିଥିବା ବେଳେ ବର୍ତ୍ତମାନ ବର୍ଣ୍ଣବୈଷମ୍ୟବାଦକୁ ନେଇ ସୃଷ୍ଟି ହୋଇଛି ନୂଆ ବିବାଦ। ଅବସର ନେଇ ସାରିଥିବା ଖେଳାଳି ରସ୍‌ ଟେଲର ଏମିତି କିଛି ବିବାଦୀୟ ବୟାନ ଦେଇଛନ୍ତି। ବେଳେବେଳେ ମଜା ପାଇଁ କରାଯାଉଥିବା ଏହି ମନ୍ତବ୍ୟ ଅସମ୍ବେଦନଶୀଳ ରହିଥାଏ ବୋଲି ସେ କହିଛନ୍ତି। ଡ୍ରେସିଂ ରୁମ୍‌ରେ ଶ୍ୱେତାଙ୍ଗ ଖେଳାଳିମାନେ ଅଣ ଶ୍ୱେତାଙ୍ଗ ଖେଳାଳିଙ୍କ ଉଦ୍ଦେଶ୍ୟରେ ଏଭଳି ବୟାନ ଦେଇଥାନ୍ତି। ରସ୍‌ ଟେଲର୍‌ ସମୋଆ ଜାତିର ଅଟନ୍ତି। ନିଜ ବହି ବ୍ଲାକ୍‌ ଆଣ୍ଡ ହ୍ବାଇଟରେ ଟେଲର ଏ ସମ୍ପର୍କରେ ବିସ୍ତୃତ ଭାବରେ ଉଲ୍ଲେଖ କରିଛନ୍ତି। ନ୍ୟୁଜିଲାଣ୍ଡରେ ପ୍ରାୟ ୮ ପ୍ରତିଶତ ଜନସାଧାରଣ ହାଓ୍ବାଇର ଅଟନ୍ତି। ତେବେ ଜଣେ କ୍ରିକେଟର ଭାବରେ ଏହି ସମସ୍ୟାର ସମ୍ମୁଖୀନ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବହିରେ ଟେଲର ଏଭଳି ବିବାଦୀୟ ଘଟଣା ଉପରେ ଖୁଲାସା କରିଥିଲେ ହେଁ ନ୍ୟୁଜିଲାଣ୍ଡ କ୍ରିକେଟ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।

Share