Categories: ଜାତୀୟ

ରାଧାଅଷ୍ଟମୀ ଦର୍ଶନବେଳେ ୨ ଶ୍ରଦ୍ଧାଳଙ୍କୁ ମୃତ୍ୟୁ, ଦୁଃଖ ପ୍ରକାଶ କଲେ ଯୋଗୀ

ଲକ୍ଷ୍ନୌ,୨୩।୯: ରାଧା ଜନ୍ମୋତ୍ସବରେ ବର୍ସାନାରେ ରାଧାରାଣୀଙ୍କୁ ଦେଖିବାକୁ ଆସିଥିବା ୨ ଜଣ ଭକ୍ତଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ଉତ୍ତେଜନା ଖେଳିଯାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି। ଶନିବାର ସକାଳେ ରାଧାରାଣୀ ମନ୍ଦିରରେ ଅଭିଷେକର ଦର୍ଶନ ସମୟରେ ୨ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଭିଡରେ ଚାପି ହୋଇ ଜଣେ ୭୦ ବର୍ଷ ବୟସ୍କା ଭକ୍ତ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଛନ୍ତି। ସେହିପରି ପ୍ରୟାଗରାଜ ନିବାସୀ ୬୦ ବର୍ଷୀୟ ଭକ୍ତ ରାଜମଣି ତାଙ୍କ ପରିବାର ସହିତ ରାଧାରାଣୀ ଦର୍ଶନ ପାଇଁ ବର୍ସାନାରେ ପହଞ୍ଚିଥିଲେ। ସେ ସକାଳେ ଦର୍ଶନ କରିବାକୁ ଯାଉଥିବା ବେଳେ ହଠାତ୍‌ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କର ମୃତ୍ୟୁ ହୋଇଛି।

Share