Categories: ଫୁରସତ

୧୦୦ କୋଟି ହୀରା-ମୋତି ଅଳଙ୍କାରରେ ଝଲସିଲେ ରାଧାକୃଷ୍ଣ

ଗ୍ବାଲିଅର,୧୨।୮- ସାରା ଦେଶରେ ଜନମାଷ୍ଟମୀ ପର୍ବ ପାଳନ କରାଯାଉଛି। ତେବେ ମହାମାରୀ କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ ଏକ ନିଷେଧାଦେଶ ରହିଛି। ଏଭଳି ପରିସ୍ଥିତିରେ ଲୋକମାନେ ଘର ଏବଂ ସୋସିଆଲ ମିଡିଆ ମାଧ୍ୟମରେ ଶ୍ରୀକୃଷ୍ଣଙ୍କୁ ଦେଖୁଛନ୍ତି। ଏହି ଅବସରରେ ମଧ୍ୟପ୍ରଦେଶସ୍ଥିତ ଗ୍ବାଲିଅର ଗୋପାଳ ମନ୍ଦିରରେ ପ୍ରଭୁ ରାଧାକୃଷ୍ଣଙ୍କୁ ୧୦୦ କୋଟିରୁ ଅଧିକ ମୂଲ୍ୟର ଅଳଙ୍କାରରେ ସଜାଯାଇଛି। କଡା ସୁରକ୍ଷା ମଧ୍ୟରେ ଜିଲା ରାଜକୋଷରୁ ହୀରା-ମୋତି ଅଳଙ୍କାରକୁ ମନ୍ଦିରକୁ ଅଣାଯାଇଥିଲା। ପରେ ୨୦୦ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ରାଧାକୃଷ୍ଣଙ୍କୁ ଅଳଙ୍କାର ପିନ୍ଧା ଯାଇଥିଲା। ଏହି ସମୟରେ ସିସିଟିଭି କ୍ୟାମେରା ନଜର ରଖିଥିଲା।
ପ୍ରକାଶ ଯେ, ଫୁଲବାଗରେ ନିର୍ମିତ ଏହି ଗୋପାଳ ମନ୍ଦିର ୧୯୨୧ ମସିହାରେ ସିନ୍ଧିଆ ରାଜବଂଶ ଦ୍ୱାରା ନିର୍ମିତ ହୋଇଥିଲା।

Share