Advertisement

ନଗର ବୁଲି ଭୋଗ ଖାଉଛନ୍ତି ରାଧାକୃଷ୍ଣ

ନବରଙ୍ଗପୁର,୪।୩ (ବି.ପ୍ର.): ନବରଙ୍ଗପୁରରେ ଚଳିତ ବର୍ଷ ଶ୍ରୀ ଜୀଉଙ୍କ ଦୋଳ ଉତ୍ସବ ଆରମ୍ଭ ହୋଇଯାଇଛି। ଏହି ଦୋଳ ଉତ୍ସବ ନବରଙ୍ଗପୁର ଜଗନ୍ନାଥ ମନ୍ଦିରରୁ ଆରମ୍ଭ ହେଉଛି। ପ୍ରତ୍ୟେକ ଦିନ ସା ଆଳତୀ ପରେ ରାଧାକୃଷ୍ଣଙ୍କୁ ବିମାନ ଯୋଗେ ନିଆଯାଇ ପ୍ରଥାନୁସାରେ ପ୍ରଥମେ ରାଜାଙ୍କ ଘରେ ଭୋଗ ଖାଇବେ। ରାଧାକୃଷ୍ଣ ରାଜାଘର ଭୋଗ ଖାଇସାରିବା ପରେ ନଗର ପରିକ୍ରମାରେ ବାହାରିଥାନ୍ତି। ପ୍ରତ୍ୟେକ ଦିନ ଗୁଣ୍ଡିଚା ମନ୍ଦିର ଛକ ପର୍ଯ୍ୟନ୍ତ ନଗର ପରିକ୍ରମା କରିଥାନ୍ତି। ଏହି ଦୋଳ ଯାତ୍ରା ଫାଲଗୁନ ଶୁକ୍ଲ ଏକାଦଶୀ ତଥା ଫଗୁ ଦଶମୀ ପରଦିନ ଠାରୁ ଆରମ୍ଭ ହୋଇ ଦୋଳ ପୂର୍ଣ୍ଣିମା ଓ ହୋଲି ପର୍ଯ୍ୟନ୍ତ ସମୁଦାୟ ୬ଦିନ ଧରି ଚାଲିଥାଏ। ୪ର୍ଥ ଦିନରେ ହଳପଡି ନୀତି ଓ ୫ମ ଦିନରେ ଗୁଣ୍ଡିଚା ମନ୍ଦିରରେ ନବରଙ୍ଗପୁର ରାଜପୁରୋହିତ ନରସିଂହ ତ୍ରିପାଠୀ ନୂତନ ପଞ୍ଜିକା ପୂଜାର୍ଚ୍ଚନା କରି ପାଠ କରନ୍ତି। ଏହି ଦୋଳ ଯାତ୍ରାରେ ଜଗନ୍ନାଥ ମନ୍ଦିର , ହନୁମାନ ମନ୍ଦିର , ଚୈତନ୍ୟ ମନ୍ଦିର , ଗୁଣ୍ଡିଚା ମନ୍ଦିର ଏବଂ ବ୍ରାହ୍ମଣକାର୍ଜ୍ଜି ଘର ମିଶି ସମୁଦାୟ ୫ଟି ରାଧାକୃଷ୍ଣଙ୍କ ବିମାନ ସାମିଲ ହୋଇଥାନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜପୁରୋହିତ ନରସିଂହ ତ୍ରିପାଠୀଙ୍କ ସମେତ ରାଜେନ୍ଦ୍ର ତ୍ରିପାଠୀ, ପ୍ରମୋଦ ତ୍ରିପାଠୀ, ଚିନୁ ଦାସ, ବୁନୁ ପୂଜାରୀ, ଗୁପ୍ତ ତ୍ରିପାଠୀ, ଶେଷ ବ୍ରହ୍ମା, ଜଗନାଥ ବ୍ରହ୍ମା, ଗୌର ତ୍ରିପାଠୀ, ବବଲୁ ତ୍ରିପାଠୀ ଏବଂ ଜଗନ୍ନାଥ ନୀତି ପରିଚାଳନା ନିଯୋଗ ସଭାପତି ନରେଶ ତ୍ରିପାଠୀ, ଉପ ସଭାପତି ଭବାନୀ ଶତପଥୀ, ପ୍ରମିସ ତ୍ରିପାଠୀ, ନବରଙ୍ଗପୁର ଆର୍‌ଆଇ ସାଗର ଖୁଣ୍ଟିଆ, ଏ ଆର ଆଇ ସନ୍ତୋଷ ମହାକୁଡ, ଉମେଶ ସଗରିଆ, ଗଣପତି ଗୌଡ଼, ମୀନ ନାୟକ, ଭାଗିରଥି ନାୟକ, ନରସିଂହ ବେହେରା ପ୍ରମୁଖ ପଉପସ୍ଥିତ ଥିଲେ। ଏହି ଦୋଳ ଯାତ୍ରାରେ ମାଳି ସମାଜ, ଗୌଡ଼ ସମାଜ , ନବରଙ୍ଗପୁର ଦେବୋତ୍ତର ବିଭାଗ, ନବରଙ୍ଗପୁର ପୋଲିସ ବାହିନୀଙ୍କ ସମେତ ଜଗନ୍ନାଥ ନୀତି ପରିଚାଳନା ନିଯୋଗର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନା କରୁଛନ୍ତି ବୋଲି ଶ୍ରୀଜଗନ୍ନାଥ ନୀତି ପରିଚାଳନା ନିଯୋଗର ସାଧାରଣ ସମ୍ପାଦକ କୁନା ପାତ୍ର ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share