ଏନ୍‌ଆଇପିଏମ୍‌ ଉତ୍କଳ ଚାପ୍ଟରର ନୂତନ ଅଧ୍ୟକ୍ଷ ରାଧାଶ୍ୟାମ

ଭୁବନେଶ୍ୱର,୧୮।୧(ବ୍ୟୁରୋ): ରାଧାଶ୍ୟାମ ମହାପାତ୍ର ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପର୍ସୋନେଲ ମ୍ୟାନେଜମେଣ୍ଟ (ଏନ୍‌ଆଇପିଏମ୍‌) ଉତ୍କଳ ଚାପ୍ଟରର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ରବିବାର ଭୁବନେଶ୍ୱରଠାରେ ଏନ୍‌ଆଇପିଏମ୍‌ ଉତ୍କଳ ଚାପ୍ଚରର କାର୍ଯ୍ୟନିର୍ବାହୀ କମିଟି ବୈଠକରେ ମହାପାତ୍ର ସର୍ବସମ୍ମତିକ୍ରମେ ଚାପ୍ଚରର ଅଧ୍ୟକ୍ଷ ମନୋନୀତ ହୋଇଛନ୍ତି। ସେ ବର୍ତ୍ତମାନ ନ୍ୟାଶନାଲ୍‌ ଆଲୁମିନିୟମ୍‌ କମ୍ପାନୀ ଲିମିଟେଡ (ନାଲ୍‌କୋ)ରେ ନିର୍ଦ୍ଦେଶକ (ମାନବ ସମ୍ବଳ) ଭାବେ କାର୍ଯ୍ୟରତ। ଶକ୍ତି, ତୈଳ ଏବଂ କୋଇଲା ଶିଳ୍ପ ଆଦି କ୍ଷେତ୍ରରେ ବିଭିନ୍ନ ପଦପଦବୀରେ ତାଙ୍କର ତିନି ଦଶନ୍ଧିରୁ ଅଧିକ ଅଭିଜ୍ଞତା ରହିଛି। ସେ ମାନବ ସମ୍ବଳ କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସୁଚାରୁ ରୂପେ ନିର୍ବାହ କରି ଆସିଛନ୍ତି। ନ୍ୟାଶନାଲ ହାଇଡ୍ରୋ ପାୱାର୍‌ କର୍ପୋରେଶନ୍‌ ଲିମିଟେଡ୍‌ (ଏନ୍‌ଏଚ୍‌ପିସି) ଇଞ୍ଜିନିୟର୍ସ୍‌ ଇଣ୍ଡିଆ ଲିମିଟେଡ୍‌ (ଇଆଇଏଲ୍‌) ଏବଂ ସେଣ୍ଟ୍ରାଲ୍‌ କୋଲ୍‌ ଫିଲ୍‌ଡ୍ସ ଲିମିଟେଡ୍‌ (ସିସିଏଲ୍‌-କୋଲ୍‌ ଇଣ୍ଡିଆ ଲିମିଟେଡର ଏକ ସବ୍‌ସିଡିୟାରୀ) ରାଞ୍ଚିଠାରେ ତାଙ୍କର କାର୍ଯ୍ୟକାଳ ସମୟରେ ସେ ଉତ୍ପାଦକ କାର୍ଯ୍ୟ ସଂସ୍କୃତିର ଶୁଭାରମ୍ଭ କରିଥିଲେ। ମହାପାତ୍ର ପୂର୍ବରୁ ଏନ୍‌ଆଇପିଏମ୍‌ର ଅନେକ ପଦପଦବୀରେ କାର୍ଯ୍ୟ କରିଆସିଛନ୍ତି। ସେ ୨୦୧୫ରୁ ୨୦୧୯ ପର୍ଯ୍ୟନ୍ତ ରାଞ୍ଚି ଚାପ୍ଟରର ଅଧ୍ୟକ୍ଷ ଏବଂ ଏନ୍‌ଆଇପିଏମ୍‌ ଜାତୀୟ ପରିଷଦର ଆଞ୍ଚଳିକ ସଭାପତି (ପୂର୍ବାଞ୍ଚଳ) ଭାବେ ଦୁଇଥର ଦାୟିତ୍ୱ ନିର୍ବାହ କରିଛନ୍ତି। ଉଲ୍ଲେଖଯୋଗ୍ୟ ୨୦୧୬ରେ ମହାପାତ୍ର ଅଧ୍ୟକ୍ଷ ଥିବାବେଳେ ଏନ୍‌ଆଇପିଏମ୍‌ ରାଞ୍ଚି ଚାପ୍ଟର ଏକକାଳୀନ ୧୧୩ ଜଣ ଆଜୀବନ ସଦସ୍ୟ ଗ୍ରହଣ କରିଥିଲା, ଯାହା କୌଣସି ଏକ ବୃତ୍ତିଗତ ସଂସ୍ଥା ପାଇଁ ଉଲ୍ଲେଖନୀୟ ସଫଳତା।

Share