ଫିଲ୍ମ ‘ରାଧେ’କୁ ନାପସନ୍ଦ କଲେ ସଲମାନଙ୍କ ବାପା

ମୁମ୍ବାଇ, ୨୭।୫: ଚଳିତ ବର୍ଷ ଇଦ୍‌ରେ ଓଟିଟି ପ୍ଲାଟଫର୍ମ ଜି୫’ରେ ରିଲିଜ ହୋଇଛି ସଲମାନ ଖାନଙ୍କ ଫିଲ୍ମ ‘ରାଧେ: ୟୋର ମୋଷ୍ଟ ଓ୍ବାଣ୍ଟେଡ୍‌ ଭାଇ’। ଫିଲ୍ମକୁ କ୍ରିଟିକ୍‌ ଓ ଫ୍ୟାନ୍ସଙ୍କ ପରେ ଭେଟେରାନ ସ୍କ୍ରିନରାଇଟର ତଥା ସଲମାନଙ୍କ ବାପା ସଲିମ ଖାନ ମଧ୍ୟ ନାପସନ୍ଦ କରିଛନ୍ତି।

ଏକ ସାକ୍ଷାତ୍‌କାରରେ ସଲିମ କହିଛନ୍ତି, ରାଧେ ଆଦ୍ୱଂ ଭଲ ଫିଲ୍ମ ନୁହେଁ। କିନ୍ତୁ ବ୍ୟବସାୟିକ ଫିଲ୍ମର ଦାୟିତ୍ୱ ହେଉଛି ପ୍ରତ୍ୟେକଙ୍କୁ ଲାଭ ଦେବା। ଫିଲ୍ମର ଅଭିନେତାଠାରୁ ପ୍ରଡ୍ୟୁସର, ଡିଷ୍ଟ୍ରିବୁଟର୍ସ, ଏକ୍ସିବିଟର୍ସ ଓ ପ୍ରତ୍ୟେକ ଅଂଶୀଦାର ଟଙ୍କା ପାଇବା ଦରକାର। ଏହି ଦ୍ୱାରା ଫିଲ୍ମ ନିର୍ମାଣ ଓ ବ୍ୟବସାୟ ଚାଲେ। ଏହି ଆଧାରରେ ସଲମାନ ଭଲ କରିଛନ୍ତି। ରାଧେ ଫିଲ୍ମର ଅଂଶୀଦାର ଲାଭରେ ରହିଛନ୍ତି। ନହେଲେ ରାଧେ ଆଦ୍ୱଂ ଭଲ ଫିଲ୍ମ ନୁହେଁ।

Share