‘ରାଧେ ଶ୍ୟାମ’ ପାଇଁ କୋଟ କୋଟି ଟଙ୍କା କ୍ଷତି ସହିପାରନ୍ତି ନିର୍ମାତା

ସାଉଥ୍‌ ସୁପରଷ୍ଟାର ପ୍ରଭାସ ଏବଂ ପୂଜା ହେଗଡେଙ୍କ ଅଭିନୀତ ଫିଲ୍ମ ‘ରାଧେ ଶ୍ୟାମ’ ଶୁକ୍ରବାର ରିଲିଜ ହୋଇଥିଲା। ଦର୍ଶକ ଏବଂ ସିନେ ସମୀକ୍ଷକଙ୍କଠୁ ସିନେମାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ମିଳିଛି। ଗୋଟିଏ ପଟେ ଦର୍ଶକ ଫିଲ୍ମକୁ ବେଶ ପସନ୍ଦ କରୁଥିବା ବେଳେ ଅନ୍ୟପଟେ ସିନେ ସମୀକ୍ଷକ ଫିଲ୍ମ ସେତେଟା ଖାସ ନୁହେଁ ବୋଲି କହିଛନ୍ତି। ଏହା ମଧ୍ୟରେ ନିର୍ମାତାଙ୍କ ପାଇଁ ନିରାଶଜନକ ଖବର ଆସିଛି। ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ‘ଫିଲ୍ମ ରାଧେ ଶ୍ୟାମ’ ରିଲିଜ ଅନଲାଇନ୍‌ରେ ଲିକ୍‌ ହୋଇଯାଇ ଥିବା କୁହାଯାଉଛି। ମିଡିଆ ରିପୋର୍ଟ ଅନୁଯାୟୀ, କିଛି ଓ୍ବେବ୍‌ସାଇଟ ସହିତ ରୋଟେଣ୍ଟରେ ‘ରାଧେ ଶ୍ୟାମ’ ଲିକ ହୋଇଛି। କୁହାଯାଉଛି ଫିଲ୍ମ ଏଚ୍‌ଡି ଭର୍ସନରେ ଲିକ ହୋଇଛି। ଯଦି ଏହା ସତ ହୋଇଥାଏ ତେବେ ଫିଲ୍ମର ବ୍ୟବସାୟରେ ବହୁତ କ୍ଷତି ଘଟିପାରେ। ଫିଲ୍ମ ଲିକ୍‌ ହେବା କାରଣରୁ ବକ୍ସ ଅଫିସରେ ଏହାର ଖରାପ ପ୍ରଭାବ ପଡିବ। ନିିର୍ମାତାଙ୍କୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡିପାରେ।

Share