୧୪ରେ ରିଲିଜ ହେବ ‘ରାଧେ ଶ୍ୟାମ’

ମୁମ୍ବାଇ: ନୂଆ ବର୍ଷରେ ନୂଆ ଝଲକ୍‌ରେ ନଜର ଆସିବେ ଅଭିନେତା ପ୍ରଭାସ ଓ ଅଭିନେତ୍ରୀ ପୂଜା ହେଗ୍‌ଡେ। ବଡ ପରଦାରେ ଆସିବ ରାଧା କ୍ରିଷ୍ଣା କୁମାରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ରାଧେ ଶ୍ୟାମ’। ଚଳିତ ମାସ ୧୪ ତାରିଖରେ ରିଲିଜ୍‌ ହେବ।

କରୋନା ସଂକ୍ରମଣକୁ ନେଇ ସିନେମାର ରିଲିଜ୍‌ ତାରିଖ ଘୁଞ୍ଚିବା ନେଇ ଚର୍ଚ୍ଚା ହେଉଥିଲା। ଯାହାକୁ ମିଡିଆ ଫିଲ୍ମର ପିଆର୍‌ମାନେ ୩୫୦ କୋଟି ବଜେଟ୍‌ରେ ହେଉଥିବା ଚଳଚ୍ଚିତ୍ର ମକର ସଂକ୍ରାନ୍ତିକୁ ରିଲିଜ୍‌ ହେବ ବୋଲି ସ୍ଫଷ୍ଟ କରିଛନ୍ତି। ୨୦୨୧ ଡିସେମ୍ବର ୨୩ରେ ରାଧେ ଶ୍ୟାମର ୩ ମିନିଟ୍‌ ୫ ସେକେଣ୍ଡର ଟ୍ରେଲର ରିଲିଜ ହୋଇଥିଲା। ଯାହାକି ଦର୍ଶକଙ୍କୁ ଫିଲ୍ମ ଦେଖିବାକୁ ଆକୃଷ୍ଟ କରିଛି।

Share