ପ୍ରଭାସଙ୍କ ବିବାହକୁ ନେଇ ଭବିଷ୍ୟବାଣୀ କଲେ ଜ୍ୟୋତିଷ

ସାଉଥ୍‌ ଅଭିନେତା ପ୍ରଭାସ ତାଙ୍କ ଦମଦାର ଅଭିନୟ ଏବଂ ଲୁକ୍‌କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ନିକଟରେ ତାଙ୍କ ବିବାହକୁ ନେଇ କିଛି ନା କିଛି ଖବର ସାମ୍ନାକୁ ଆସୁଛି। ବର୍ତ୍ତମାନ ପୁଣି ଏକ ବିବାହକୁ ନେଇ ଖବର ସାମ୍ନାକୁ ଆସିଛି। ଆଚାର୍ଯ୍ୟ ବିନୋଦ କୁମାର ନାମକ ଜଣେ ଜ୍ୟୋତିଷ ଭବିଷ୍ୟବାଣୀ କରିଛନ୍ତି ଯେ, ପ୍ରଭାସ ବହୁତ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ। ଏକ ବର୍ଷ ମଧ୍ୟରେ ବିବାହ କରିବେ ବୋଲି ଜ୍ୟୋତିଷ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଏହି ବର୍ଷ ତାଙ୍କ ପାଇଁ ଅତ୍ୟନ୍ତ ଭଲ ହେବ ଏବଂ ସେ ଅକ୍ଟୋବର ୨୦୨୨ରୁ ଅକ୍ଟୋବର ୨୦୨୩ ମଧ୍ୟରେ ବିବାହ କରିବେ ପୂର୍ବାନୁମାନ କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ମଧ୍ୟ ପ୍ରଭାସ ପ୍ରକାଶ କରିଥିଲେ ଯେ, ବାହୁବଳୀ-୩ର ଶୁଟିଂ ପରେ ବିବାହ କରିବେ। ଏନେଇ ତାଙ୍କ ପରିବାରଙ୍କୁ ମଧ୍ୟ ଜଣାଇଥିଲେ।

Share