ଜୁଲିଏଟ୍‌ ପାଇଁ ଜୀବନ ଦେଇଥିବା ରୋମିଓ ନୁହନ୍ତି ଏହି ଅଭିନେତା

ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ରାଧେଶ୍ୟାମ’ର ଟିଜର ରିଲିଜ୍‌ ହୋଇଛି। ଭାଲେଣ୍ଟାଇନ୍ସ ଡେ’ରେ ପ୍ରଭାସ ପ୍ରଶଂସକଙ୍କୁ ଏହି ଉପହାର ଦେଇଛନ୍ତି। #ଭାଲେଣ୍ଟାଇନ୍ସୱିଥଆର୍‌ଏସ୍‌ ହ୍ୟାସଟ୍ୟାଗ ଟିଜର ରିଲିଜ୍‌ ହେବା ପରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଛି। ଏହି ଟିଜରର ରିଲିଜ ସହିତ ଫିଲ୍ମ ରିଲିଜ୍‌ ତାରିଖ ମଧ୍ୟ ସାମ୍ନାକୁ ଆସିଛି।

ପ୍ରଭାସଙ୍କ ସ୍ବପ୍ନର ପୋଷ୍ଟର ପରେ ପ୍ରଶଂସକମାନେ ଉତ୍ସାହର ସହିତ ଏହି ଟିଜରକୁ ଅପେକ୍ଷା କରିଥିଲେ। ୩୦, ଜୁଲାଇ ୨୦୨୧ରେ ଏହି ଫିଲ୍ମ ରିଲିଜ୍‌ ହେବ। ଟିଜରକୁ ଦେଖିଲେ ଏହା ଲାଗୁଛି ଯେ, ଏହା ଏକ ରୋମାଣ୍ଟିକ ପ୍ରେମ କାହାଣୀ ଫିଲ୍ମ। କିନ୍ତୁ ପ୍ରଭାସ କହିଛନ୍ତି ଯେ, ସେ ଜୁଲିଏଟ ପାଇଁ ଜୀବନ ଦେଇଥିବା ରୋମିଓ ନହନ୍ତି।
ଟିଜର ଆରମ୍ଭରେ ରେଳ ଏବଂ ଷ୍ଟେଶନ ଦୃଶ୍ୟମାନ ହେଉଛି। ଏହା ପରେ ଅଭିନେତ୍ରୀ ପୂଜା ପ୍ରଭାସଙ୍କୁ ପଚାରନ୍ତି, ‘ତୁମେ ନିଜକୁ ରୋମିଓ ବୋଲି ଭାବୁଛ କି?’ ପ୍ରଭାସ ଉତ୍ତର ଦେଇଛନ୍ତି, ‘ ରୋମିଓ ପ୍ରେମ ପାଇଁ ନିଜ ଜୀବନ ତ୍ୟାଗ କରିଛନ୍ତି, ମୁଁ ସେହି ପ୍ରକାରର ନୁହେଁ’। ପ୍ରଶଂସକମାନେ ଏହି ଟିଜରକୁ ପସନ୍ଦ କରିଛନ୍ତି। ସୋସିଆଲ ମିଡିଆରେ ଏହା ବହୁତ ଶେୟାର ହେଉଛି।

Share