ଜୀବନସାଥୀ ହେଲେ ରାଧିକା, ଅନନ୍ତ

ମୁମ୍ବାଇ,୧୩ା୭: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଶୁକ୍ରବାର ବିଶିଷ୍ଟ ବ୍ୟବସାୟୀ ବୀରେନ୍‌ ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ମୁମ୍ବାଇର ଜିଓ ଓ୍ବାଲର୍‌ଡ କନ୍‌ଭେନ୍‌ସନ ସେଣ୍ଟରରେ ଆୟୋଜିତ ଏହି ହାଇପ୍ରୋଫାଇଲ୍‌ ବିବାହ ଉତ୍ସବରେ ଦେଶବିଦେଶର ବହୁ ସେଲିବ୍ରିଟି, ରାଜନେତାଙ୍କ ସହ କର୍ପୋରେଟ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ। ଶୁକ୍ରବାର ଅପରାହ୍ନରେ ଅନନ୍ତଙ୍କ ବରଯାତ୍ରୀ ଏଣ୍ଟିଲିଆ (ମୁକେଶ ଅମ୍ବାନୀଙ୍କ ବାସଭବନ)ରୁ ବାହାରି ମୁମ୍ବାଇର ଜିଓ ଓ୍ବାଲର୍‌ଡ କନ୍‌ଭେନ୍‌ସନ ସେଣ୍ଟରରେ ପହଞ୍ଚିଥିଲା। ବରଯାତ୍ରୀରେ ଅମ୍ବାନୀ ପରିବାର ସମେତ ବଲିଉଡ୍‌ର ବହୁ ତାରକା ଯୋଗଦେଇ ବିଭିନ୍ନ ପାରମ୍ପରିକ ବାଦ୍ୟଯନ୍ତ୍ର ଓ ବଲିଉଡ୍‌ ସଙ୍ଗୀତର ତାଳେ ତାଳେ ନାଚିଥିଲେ। ବିବାହ ସ୍ଥଳରେ ଲୋକ ଗାୟକ ମାମେ ଖାନ୍‌ଙ୍କ ଗୀତରେ ଉପସ୍ଥିତ ଅତିଥି ମନ୍ତ୍ରମୁଗ୍ଧ ହୋଇଛନ୍ତି। ଏହି ବିବାହ ସମାରୋହରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ ଓ ଟୋନି ବ୍ଲେୟାର, କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଷ୍ଟିଫେନ୍‌ ହାର୍ପର, ଆମେରିକାର ପୂର୍ବତନ ପରରାଷ୍ଟ୍ର ସଚିବ ଜନ୍‌ କେରି, ଆମେରିକୀୟ ଅଭିନେତା ଜେଫ୍‌ କୁନ୍ସ, ଜନ ସେନା, ଅଭିନେତ୍ରୀ କିମ୍‌ କାର୍ଦାଶିଆନ, ମଡେଲ ଖ୍ଲୋଇ କାର୍ଦାଶିଆନ, ବକ୍ସର ମାଇକ୍‌ ଟାଇସନ ପ୍ରମୁଖ ସାମିଲ ହୋଇ ଉଭୟ ଅନନ୍ତ ଓ ରାଧିକାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେହିପରି ବଲିଉଡ୍‌ ତାରକା ପ୍ରିୟଙ୍କା ଚୋପ୍ରା, ରଣବୀର ସିଂ, ଜ୍ୟାକି ଶ୍ରଫ୍‌ , ଆମିର ଖାନ୍‌, ସଲ୍‌ମାନ ଖାନ୍‌, ଶାହରୁଖ ଖାନ୍‌, ଦୀପିକା ପାଦୁକୋନ୍‌, ଜାହ୍ନବୀ କପୁର, ଆଲିଆ ଭଟ୍ଟ, ସାରା ଅଲି ଖାନ୍‌ ମଧ୍ୟ ଏହି ଗ୍ରାଣ୍ଡ ଓ୍ବେଡିଂରେ ସାମିଲ ହୋଇଛନ୍ତି। ଆସନ୍ତା ରବିବାର ଅନନ୍ତ ଓ ରାଧିକାଙ୍କର ମଙ୍ଗଳ ଉତ୍ସବ(ରିସିପ୍‌ଶନ) ଆୟୋଜିତ ହେବ। ଗତ ବର୍ଷ ଜାନୁୟାରୀରେ ଅନନ୍ତ ଓ ରାଧିକାଙ୍କ ନିର୍ବନ୍ଧ ହୋଇଥିଲା। ମାର୍ଚ୍ଚରେ ଏହି ଯୋଡ଼ିଙ୍କ ପ୍ରି ଓ୍ବେଡିଂ ଜାମନଗରରେ ବହୁ ଆଡ଼ମ୍ବର ସହ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri