ଏକଦା କପୁର ପରିବାରର ଏହି ଅଭିନେତାଙ୍କ ପ୍ରେମରେ ଉବୁଟୁବୁ ହେଉଥିଲେ ରାଧିକା, ହେଲେ ବିଦେଶୀ ପ୍ରେମିକଙ୍କ…

ବମ୍ବେ: ବଲିଉଡ୍‌ ଫିଲ୍ମଜଗତର ପ୍ରତିଭାବାନ ଅଭିନେତ୍ରୀଙ୍କ ମଧ୍ୟରୁ ରାଧିକା ଆପ୍ତେ ଜଣେ। ଅଭିନୟରେ ତାଙ୍କର ନିଖୁଣତା ସ୍ପଷ୍ଟ ବାରି ହୋଇ ପଡେ। ନିଜ ଚରିତ୍ର ମଧ୍ୟରେ ସେ ନିଜକୁ ହଜାଇଦେବା ପରି ମନେ ହୁଏ। କର୍ମଜୀବନରେ ବାହାବା ସାଉଁଟିବାକୁ ଚାହୁଁଥିବା ରାଧିକା କିନ୍ତୁ ବ୍ୟକ୍ତିଗତ ଜୀବନକୁ ରଖିଥାନ୍ତି ଗୋପନରେ। ସେ ପ୍ରେମ ହେଉ ଅବା ବିବାହ ସବୁକିଛି ସେ ଲୁଚିଛପି କରିଛନ୍ତି।

ବିଦେଶୀ ପ୍ରେମିକଙ୍କ ହାତ ଧରିଥିବା ରାଧିକା ଏକଦା ତୁଷାର କପୁରଙ୍କ ପ୍ରେମରେ ଉବୁଟୁବୁ ହେଉଥିଲେ। କଥାଟି ୨୦୧୧ର। ସେତେବେଳେ ଉଭୟଙ୍କ ଫିଲ୍ମ ‘ଶୋର ଇନ୍‌ ଦ ସିଟି’ ରିଲିଜ ହୋଇଥିଲା। ଫିଲ୍ମରେ ମୁଖ୍ୟ ଭୂମିକାରେ ଥିଲେ ତୁଷାର। ଫିଲ୍ମ ଶୁଟିଂ ବେଳେ ଉଭୟ ନିକଟତର ହୋଇଥିଲେ। ପ୍ରଥମେ ବନ୍ଧୁରୁ ସେମାନେ ଡେଟ୍‌ କରିବା ଆରମ୍ଭ କରିଦେଇଥିଲେ। ହେଲେ ଏହା ଦୀର୍ଘଦିନ ଚାଲି ନ ଥିଲା। ଉଭୟ ସମ୍ପର୍କ ତୁଟାଇ ଆଗକୁ ବଢ଼ିଥିଲେ।

୨୦୧୨ରେ ରାଧିକାଙ୍କ ଜୀବନରେ ବିଦେଶୀ ପ୍ରେମିକ ବେନ୍‌ଡିକ୍ଟ ଟେଲରଙ୍କ ଏଣ୍ଟ୍ରି ହୋଇଥିଲା। ସେ ଲଣ୍ଡନର ଜଣେ ମ୍ୟୁଜିସିଆନ୍‌ ଥିଲେ। ଉଭୟ ପରସ୍ପରକୁ ୨୦୧୧ରେ ଭେଟିଥିଲେ ହେଁ ପରେ ସେମାନେ ଲିଭ୍‌ ଇନ୍‌ରେ ରହିଥିଲେ। ଏହାର ଏକ ବର୍ଷ ପରେ ୨୦୧୨ରେ ଉଭୟ ଲୁଚାଛପାରେ କୋର୍ଟରେ ବିବାହ କରିଥିଲେ। ହେଲେ ୨୦୧୩ରେ ସେମାନେ ଆଧିକାରୀକ ଭାବେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

Share