ଅନେକ ଭୁଲ୍‌ ନିଷ୍ପତ୍ତି ନେଇଛନ୍ତି ରାଧିକା

ମୁମ୍ବାଇ: କ୍ୟାରିୟର୍‌ରେ ବହୁ ଭୁଲ୍‌ ନିଷ୍ପତ୍ତି ନେଇଥିବା କହିଛନ୍ତି ବଲିଉଡ୍‌ ଅଭିନେତ୍ରୀ ରାଧିକା ଆପ୍‌ତେ। ୨୦୧୦ରେ ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଲ ବର୍ମାଙ୍କ ଚଳଚ୍ଚିତ୍ର ‘ରକ୍ତ ଚରିତ୍ର’ରେ କାମ କରିବା ତାଙ୍କ ଜୀବନର ବଡ଼ ଭୁଲ ବୋଲି ଏକ ସାକ୍ଷାତ୍‌କାରରେ ସେ କହିଛନ୍ତି। ଫିଲ୍ମରେ କାମ କରିବା ପୂର୍ବରୁ ସେ ରାମ ଗୋପାଳ ବର୍ମାଙ୍କ ବଡ଼ ପ୍ରଶଂସକ ଥିଲେ। କିନ୍ତୁ ତାଙ୍କ ସହ କାମ କରିବା ପରେ ତାଙ୍କଠାରୁ ନିଜ ପାଇଁ ସେତିକି ସମ୍ମାନ ଓ ଉତ୍ତମ ବ୍ୟବହାର ପାଇ ନ ଥିଲେ। ଏପରି ଭାବେ ସେ ନିଜ କ୍ୟାରିୟର୍‌ରେ ଅନେକ ଭୁଲ୍‌ ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି। ଶେଷ ଥର ପାଇଁ ଫିଲ୍ମ ‘ବିକ୍ରମ ବେଦା’ରେ ରାଧିକା ଦେଖାଯାଇଥିଲେ। ଏଥିରେ ସେ ଜଣେ ଓକିଲ ଭୂମିକାରେ ନଜରକୁ ଆସିଥିଲେ।

Share