Advertisement

ମୁକେଶ ଅମ୍ବାନୀଙ୍କ ପରି ତାଙ୍କ ଭାବି ସମୁଦିଙ୍କର ବି ଅଛି ପୁଳାପୁଳା ଟଙ୍କା

ପୁଣି ଥରେ ଅମ୍ବାନୀ ପରିବାରରେ ଶାହାନାଇ ବାଜିବାକୁ ଯାଉଛି। ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଖୁବ ଶୀଘ୍ର ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ରାଧିକା ମର୍ଚାଣ୍ଟଙ୍କୁ ବିବାହ କରିବାକୁ ଯାଉଛନ୍ତି।
ଦୁହେଁ ଦୀର୍ଘ ଦିନରୁ ପରସ୍ପରକୁ ଜାଣିଛନ୍ତି।ଏହି ଦମ୍ପତିଙ୍କ ବିବାହ କାର୍ଡ ମଧ୍ୟ ପ୍ରକାଶ ପାଇଛି, ଦମ୍ପତିଙ୍କ ବିବାହ ପୂର୍ବର କାର୍ଯ୍ୟ ବିଷୟରେ କାର୍ଡରେ ସମସ୍ତ ସୂଚନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଅନନ୍ତ ଅମ୍ବାନୀଙ୍କ ଭାବି ସ୍ତ୍ରୀ ରାଧିକା କିଏ? ତାଙ୍କ ପିତା କଣ କରନ୍ତି? ସମସ୍ତଙ୍କ ମନରେ ଏପରି ଅନେକ ପ୍ରଶ୍ନ ଉଠିଛି।
ରାଧିକା ହେଉଛନ୍ତି ଭାରତୀୟ କୋଟିପତି ବିରେନ ମର୍ଚାଣ୍ଟଙ୍କ ଝିଅ। ରାଧିକା ମର୍ଚାଣ୍ଟଙ୍କ ପିତା ବୀରେନ ମର୍ଚାଣ୍ଟଙ୍କ ନାମ ଦେଶର କୋଟିପତି ତାଲିକାରେ ସାମିଲ ଅଛି। ସେ ଏକ ସ୍ବାସ୍ଥ୍ୟ ସେବା କମ୍ପାନୀ ଏନକୋରର ସିଇଓ ଅଟନ୍ତି। ଏହା ବ୍ୟତୀତ ବୀରେନ ମର୍ଚାଣ୍ଟ ମଧ୍ୟ ଭାରତୀୟ ବଜାରରେ ଅନେକ ବଡ କମ୍ପାନୀ ପରିଚାଳନା କରନ୍ତି। ଏଥିମଧ୍ୟରେ ‘ଏନକୋର ବିଜନେସ ସେଣ୍ଟର ପ୍ରାଇଭେଟ ଲିମିଟେଡ’, ‘ଏନକୋର ନାଚ୍ୟୁରାଲ ପଲିମର୍ସ ପ୍ରାଇଭେଟ ଲିମିଟେଡ’, ‘ZYG ଫାର୍ମା ପ୍ରାଇଭେଟ ଲିମିଟେଡ’, ‘ସୌଦର୍ଶନ ବିଜ୍‌ନେସ୍‌ ସେଣ୍ଟର ପ୍ରାଇଭେଟ ଲିମିଟେଡ’ ଏବଂ ’ଏନକୋର ପଲିଫ୍ରାକ ପ୍ରଡକ୍ଟ ପ୍ରାଇଭେଟ ଲିମିଟେଡ’ ଭଳି ବଡ଼ କମ୍ପାନୀ ଅନ୍ତର୍ଭୁକ୍ତ। ବୀରେନ ମୋଟ ସମ୍ପତ୍ତି ୭୫୫ କୋଟି ଟଙ୍କା ମାଲିକ ଅଟନ୍ତି।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share