ଜୈବିକ ପଦ୍ଧତିରେ ମୂଳା ଚାଷ ଦେଇଛି ରୋଜଗାର

ଦାରିଙ୍ଗବାଡି, ୪।୧୨ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଉଦ୍ୟାନ ଚାଷୀଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି ଆଗରୁ କେବଳ ଜୈବିକ ହଳଦୀ, ଅଦା, ସୋରିଷ ଆଦି ଚାଷ କରୁଥିବା ବେଳେ ଏବେ ଉଦ୍ୟାନ ଚାଷ ପାଇଁ ଆଗ୍ରହ ବଢିଛି ଅଞ୍ଚଳରେ ଭଳିକି ଭଳି ପନିପରିବା ଚାଷ କରାଯାଉଛି।
ଫୁଲ କୋବି ସମେତ ବନ୍ଧା, ବିନ, ଦେଶୀ ଆଳୁ, ସମେତ ମକା ଆଦି ଚାଷ ବୃଦ୍ଧି ପାଇଛି ତେବେ ସିଜିନ ପନିପରିବା ମଧ୍ୟରେ ମୂଳା ଚାଷ ମଧ୍ୟ ଚାଷୀଙ୍କୁ ଅନେକ ଫାଇଦା ଦେଇଛି ସ୍ବଳ୍ପ ଦିନ ମଧ୍ୟରେ ଅମଳ ହେଉଥିବା ଏହି ଚାଷ ଦାରିଙ୍ଗବାଡି ଅଞ୍ଚଳରେ ବୃଦ୍ଧି ପାଇଛି। ମାତ୍ର ୨ ମାସ ମଧ୍ୟରେ ଅମଳ ହେଉଥିବା ମୂଳା ଜୈବିକ ପଦ୍ଧତିରେ ଚାଷ କରାଯାଉଥିବାରୁ ଏହା ସୁସ୍ବାଦ ଯୋଗୁ ଏହାର ଚାହିଦା ଜିଲା ଓ ଜିଲା ବାହାରେ ଅଧିକା ଦେଖାଯାଇଛି। ତେବେ ଏହି ଚାଷ କରିବାକୁ ଅନେକ ଚାଷୀ ଆଗ୍ରହ ପ୍ରକାଶ କରୁଥିଲେ ମଧ୍ୟ ନିଜ ଚାଷ ଜମି ନଥିବାରୁ ଅନ୍ୟ ଲୋକଙ୍କ ଜମି ଭଡା ସୂତ୍ର ରେ ନେଇ ଚାଷ କରି ଅଧିକା ଖର୍ଚ୍ଚାନ୍ତ ଓ ସେହି ଅନୁସାରେ ଚାଷରୁ ଲାଭ ମିଳୁନଥିବା ଚାଷୀ ମାନେ କ୍ଷୋଭର ସହ କହିଛନ୍ତି।
ଏହି ଚାଷ ପାଇଁ ୪ ହଜାର ଖର୍ଚ୍ଚ କରିଥିବା ବେଳେ କିଛି ଚାଷୀଙ୍କୁ ଲାଭ ଦେଇଛି ଆଉ ଯାହାର ଜମି ନିଜସୱ ନାହିଁ ସେମାନଙ୍କ ଲାଭ ମିଳୁ ନ ଥିବା କହିଛନ୍ତି। ଏବେ ଏଠାରେ ବିକ୍ରିବଟା ସୁବିଧା ନଥିବାରୁ ବାହାରୁ ଦଲାଲ ମାନେ କିଲୋ ପିଛା ମାତ୍ର ୪ ଟଙ୍କା ରେ ନେଉଥିବା ମହିଳା ଚାଷୀ ମାନେ ମତ ପ୍ରକାଶ କରିଛନ୍ତି। ତେବେ ଏହି ଦିନରେ ମୂଳାର ଅଧିକା ଚାହିଦା ରହିଥିଲେ ମଧ୍ୟ ଦଲାଲ ସକ୍ରିୟ ଯୋଗୁଁ ଶସ୍ତା ରେ ଚାଷୀ ବିକ୍ରୀ କରୁଥିବା ଜଣାପଡିଛି ପନିପରିବା ପାଇଁ ପ୍ରଶାସନ ପକ୍ଷରୁ ମଣ୍ଡି ବ୍ୟବସ୍ଥା କରାଗଲେ ନିଶ୍ଚିତ ଏହି ଅଞ୍ଚଳରେ ପନିପରିବା ଚାଷୀଙ୍କ ଉନ୍ନତି ହେବା ସହ ଜୀବନଜୀବିକା ରେ ସୱାବଲମ୍ବୀ ହୋଇପାରିବେ ବୋଲି କୁହାଯାଉଛି।

Share