ଆୟୁର୍ବେଦ ଚିକିତ୍ସା ଅନୁଯାୟୀ ମୂଳା ସ୍ବାସ୍ଥ୍ୟ ପାଇଁ ବରଦାନ ସଦୃଶ। ଏହାକୁ ଭଜା, ତରକାରି, ସାଲାଡ୍ ଓ ଆଚାର ରୂପେ ବ୍ୟବହାର କରାଯାଇଥାଏ। ତେବେ ମୂଳାରେ ଥିବା ଆଣ୍ଟିଅକ୍ସିଡେଣ୍ଟ କ୍ୟାନ୍ସର ଆଶଙ୍କାକୁ କମ୍ କରିବା ସହିତ ରକ୍ତ ଶର୍କରା ମାତ୍ରା ମଧ୍ୟ କମ୍ କରିଥାଏ। ତେବେ ଜାଣନ୍ତୁ ମୂଳା ଅନ୍ୟ କେଉଁ ସବୁ ରୋଗ ପାଇଁ ଉପକାରୀ ହୋଇଥାଏ।
ମୂଳା ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ହାଇପରଟେନ୍ସିଭ ଗୁଣ ଯୋଗୁ ଏହା ସମ୍ଭବ ହୋଇଥାଏ।
ଏଥିରେ ଥିବା ଆଣ୍ଟି କୋଞ୍ଜେଷ୍ଟିଭ ଗୁଣ ଥଣ୍ଡା, କାଶ ଆଦି ସମସ୍ୟାଠାରୁ ମୁକ୍ତି ଦେଇଥାଏ। ଏଣୁ ଥଣ୍ଡା ଓ କାଶ ହେବା ମାତ୍ରେ ମୂଳା ନିଶ୍ଚିତ ଖାଆନ୍ତୁ।
ଏଥିରେ ଫାଇବର ଭରପୂର ମାତ୍ରାରେ ରହିଥାଏ। ଯାହା ପାଚନକ୍ରିୟାରେ ସାହାଯ୍ୟ କରିବା ସହତ କିଡ୍ନୀ ସମସ୍ୟାରୁ ଦୂରେଇ ରଖିଥାଏ।
ଏହା ଇନ୍ସୁଲିନ୍କୁ କଣ୍ଟ୍ରୋଲ କରିବା ସହିତ ରକ୍ତରେ ଶର୍କରା ପରିମାଣକୁ କମ୍ କରିଥାଏ।