Categories: ଜାତୀୟ

ବୁଧବାର ଭାରତରେ ପହଞ୍ଚିବ ରାଫାଲ

ଅମ୍ବାଲା,୨୮।୭: ଅତ୍ୟାଧୁନିକ କ୍ଷେପଣାସ୍ତ୍ର ଓ ମାରାତ୍ମକ ବୋମା ସହ ସଜ୍ଜିତ ଭାରତୀୟ ବାୟୁସେନାର ଘାତକ ଯୁଦ୍ଧ ବିମାନ ରାଫାଲ ଜୁଲାଇ ୨୯ରେ ପଞ୍ଜାବର ଅମ୍ବାଲାରେ ପହଞ୍ଚିବ। ଏଥିପାଇଁ ଅମ୍ବାଲା ଏୟାରଫୋର୍ସର ଆଖପାଖ ଅଞ୍ଚଳରେ ଧାରା ୧୪୪ଲାଗୁ କରାଯାଇଛି। ଏକ ସପ୍ତାହ ମଧ୍ୟରେ, ଏହି ବିମାନକୁ କୌଣସି ମିଶନ ପାଇଁ ପ୍ରସ୍ତୁତ କରାଯିବ ବୋଲି ସୂଚନା ରହିଛି। ଏହି ଯୁଦ୍ଧ ବିମାନକୁ ଉଡ଼ାଇବା ପାଇଁ ମୋଟ ୧୨ଜଣ ପାଇଲଟଙ୍କୁ ତାଲିମ ଦିଆଯାଇଛି। ସୂଚନାଯୋଗ୍ୟ, ଜୁଲାଇ ୨୭ରେ ଫ୍ରାନ୍ସରୁ ସମୁଦାୟ ୫ଟି ରାଫେଲ ଭାରତ ଅଭିମୁଖେ ବାହାରିଥିଲା। ମଙ୍ଗଳବାର ଏହା ଆବୁଧାବିରେ ଅବତରଣ କରିଥିବା ବେଳେ ଏହାର ଯାଞ୍ଚ ଓ ଇନ୍ଧନ ଭର୍ତ୍ତି କାର୍ଯ୍ୟ କରାଯାଇଛି। ଏହାପରେ ଭାରତ ଅଭିମୂଖେ ରାଫାଲ ଉଡାଣ ଭରିଥିଲା। ଚାଇନା ଓ ପାକିସ୍ତାନ ସହିତ ଚାଲିଥିବା ତିକ୍ତତା ମଧ୍ୟରେ ରାଫାଲ ଭାରତକୁ ଆସିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନେକରାଯାଉଛି।

Share