Categories: ଜାତୀୟ

ଚାଇନା ସହ କଥାବାର୍ତ୍ତା ପୂର୍ବରୁ ଶକ୍ତି ଦେଖାଇଲା ବାୟୁସେନା

ନୂଆଦିଲ୍ଲୀ, ୨୧ ।୯: ଭାରତ-ଚାଇନା ସୀମା ବିବାଦ ବେଳକୁ ବେଳ ବଢି ଚାଲିଥିବା ବେଳେ ସୋମବାର ଷଷ୍ଠଥର ଲାଗି କମାଣ୍ଡର ସ୍ତରରର ବୈଠକ ବସିବାର ଅଛି । ଚାଇନାର କୋଲ୍‌ଡୋ ଅଞ୍ଚଳରେ ହେବାକୁ ଥିବା ଏହି ବୈଠକ ପୂର୍ବରୁ ଭାରତୀୟ ବାୟୁସେନା ତା’ର ଶକ୍ତି ଦେଖାଇଥିବା କୁହାଯାଉଛି । ମିଳିଥିବା ସୂଚନାରୁ ଜଣାପଡିଛି କି ଭାରତୀୟ ବାୟୁସେନାର ରାଫାଲ ଓ ମିରାଜ ଯୁଦ୍ଧ ବିମାନ ରବିବାର ଲଦାଖରେ ଉଡିଛନ୍ତି । ଏହାଦ୍ୱାରା ଭାରତୀୟ ବାୟୁସେନା ତା’ର ଶକ୍ତି ପ୍ରଦର୍ଶନ କରିଛି ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ଭାରତୀୟ ବାୟୁସେନା ସେପ୍ଟେମ୍ବର ୧୦ରେ ଅମ୍ବାଲା ଏୟାରଫୋର୍ସ ଷ୍ଟେଶନରେ ରାଫାଲ ଯୁଦ୍ଧ ବିମାନକୁ ବାୟୁସେନାରେ ସାମିଲ କରିଥିଲା । ଏହା ପୁର୍ବରୁ ଫ୍ରାନ୍ସରୁ ୫ ରାଫାଲ ଯୁଦ୍ଧ ବିମାନ ଅମ୍ବାଲାରେ ପହଞ୍ଚିଥିଲା । କୁହାଯାଉଛି କି ସୋମବାର ହେବାକୁ ଥିବା ବୈଠକରେ ସେପ୍ଟେମ୍ବର ୧୦ରେ ମସ୍କୋରେ ଭାରତ ଓ ଚାଇନା ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଉପରେ ଗୁରୁତ୍ୱ ଦିଆଯିବ । ବିଶେଷ ସୂତ୍ରରୁ ମିଳିଥିବା ଖବରରୁ ଜଣାପଡିଛି କି ଭାରତ ସୀମାରେ ଥିବା ଚାଇନା ସେନାଙ୍କୁ ପଛକୁ ହଟିବା ଉପରେ ଗୁରୁତ୍ୱ ଦେବ ଭାରତ ।

Share