ଭାରତକୁ ରାଫାଲ ଆସିବା ପରେ କ୍ରୋଧରେ ଜର୍ଜରିତ ପାକିସ୍ତାନ, ଓଗାଳୁଛି ବିଷ

ଲାହୋର,୧ା୮: ଫ୍ରାନ୍ସରୁ ରାଫାଲ ଆସିବା ପରେ ଭାରତୀୟ ବାୟୁସେନାର ୍‌ଶକ୍ତି ବହୁଗୁଣ ବଢ଼ିଯାଇଛି। ଫଳରେ ପଡ଼ୋଶୀ ଦେଶ ଚାଇନା ଏବଂ ପାକିସ୍ତାନ କ୍ରୋଧିତ ହୋଇଉଠିଛନ୍ତି। ପ୍ରଥମେ ଚାଇନା ରାଫାଲ ବିମାନକୁ ନିଜର ଜେ-୨୦ଠାରୁ କମ୍‌ ଶକ୍ତିଶାଳୀ ବୋଲି କହୁଥିଲା। ବର୍ତ୍ତମାନ ପାକିସ୍ତାନ ଏହାକୁ ପରମାଣୁ ଅସ୍ତ୍ରର ଦୌଡ଼ ବୋଲି କହିଲାଣି। କ୍ରୋଧରେ ପାକିସ୍ତାନ କେବଳ ବିଷ ଓଗାଳୁଛି।
ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଆୟେଶା ଫାରୁକୀ ଭାରତକୁ ବାୟୁସେନା ଯୁଦ୍ଧ ବିମାନ ରାଫାଲ ମିଳିବା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଫାରୁକୀ କହିଛନ୍ତି, ଭାରତ କ୍ରମାଗତ ଭାବରେ ଆଣବିକ ଅସ୍ତ୍ରଶସ୍ତ୍ରର ଷ୍ଟକ୍‌ ବୃଦ୍ଧି କରୁଛି। ଏହା ସହ ଏହାକୁ ଆଧୁନିକୀକରଣ କରୁଛି। ସେ ଆହୁରି କହିଛନ୍ତି ଯେ, ଏହାର ସଂକୀର୍ଣ୍ଣ ବ୍ୟବସାୟିକ ସ୍ବାର୍ଥ ପାଇଁ ପାଶ୍ଚାତ୍ୟ ଅସ୍ତ୍ରଶସ୍ତ୍ର ଏବଂ ପ୍ରଯୁକ୍ତି ବିଦ୍ୟା ଯୋଗାଇବାରେ ଭାରତକୁ ସାହାଯ୍ୟ କରୁଛି।
ଅନ୍ୟପକ୍ଷରେ ଭାରତୀୟ ବାୟୁସେନାରେ ୫ଟି ରାଫାଲ ବିମାନ ଆସିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଏହା ଭାରତୀୟ ସେନାର ଏକ ନୂଆ ଯୁଗର ଆରମ୍ଭ ହୋଇଛି।

Share