ଶତ୍ରୁଙ୍କୁ ମୁହଁତୋଡ଼ ଜବାବ ଦେବା ପାଇଁ ଭାରତ ଅଭିମୂଖେ ରାଫାଲ

ପ୍ୟାରିସ,୨୭।୭: ବହୁ ଦିନ ଅପେକ୍ଷାର ଅନ୍ତ ଘଟିଛି। ଶତ୍ରୁଙ୍କୁ ମୁହଁତୋଡ଼ ଜବାବ ଦେବା ପାଇଁ ଭାରତୀୟ ବାୟୁସେନାରେ ଖୁବଶୀଘ୍ର ସାମିଲ ହେବାକୁ ଯାଉଛି ରାଫାଲ ଯୁଦ୍ଧ ବିମାନ। ଏଥିପାଇଁ ଫ୍ରାନ୍ସରୁ ସୋମବାର ୫ଟି ରାଫାଲ ଯୁଦ୍ଧ ବିମାନ ଭାରତ ଅଭିମୁଖେ ଉଡାଣ ଭରିଛି। ୭ଜଣ ଭାରତୀୟ ପାଇଲଟ ଏହି ୫ଟି ଯୁଦ୍ଧ ବିମାନକୁ ଆଣୁଥିବା ଜଣାପଡ଼ିଛି। ଜୁଲାଇ ୨୮ରେ ଏହି ଯୁଦ୍ଧ ବିମାନଗୁଡ଼ିକୁ ୟୁଏଇ ଅଲ୍‌ ଡାଫରା ବିମାନ ବନ୍ଦରରେ ଅବତରଣ କରାଯିବ। ସେଠାରେ ବିମାନର ଯାଞ୍ଚ କରାଯିବା ସହ ଇନ୍ଧନ ଭର୍ତ୍ତି କରାଯିବ। ଏହାପରେ ୫ଟି ରାଫାଲ ବିମାନ ଜୁଲାଇ ୨୯ ଅର୍ଥାତ୍‌ ବୁଧବାର ସକାଳେ ଭାରତରେ ପହଞ୍ଚିବ। ରାଫାଲକୁ ପଞ୍ଜାବର ଅମ୍ବାଲା ଏୟାରବେସ୍‌ରେ ମୁତୟନ କରାଯିବ। ସୂଚନାଯୋଗ୍ୟ, ଫ୍ରାନ୍ସରୁ ୩୬ଟି ରାଫାଲ ବିମାନ କିଣିବା ପାଇଁ ଭାରତ ଏକ ଚୁକ୍ତି କରିଥିଲା। ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୫ଟି ବିମାନ ବିତରଣ କରାଯାଉଛି।

Share