Categories: ଜାତୀୟ

ଭାରତ ଆସୁଛି ରାଫାଲ: ବାୟୁରେ ଭରାଯାଉଛି ଇନ୍ଧନ; ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ,୨୮।୭: ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସରୁ ଭାରତ ଆସୁଛି ୫ଟି ରାଫାଲ ଯୁଦ୍ଧବିମାନ। ପ୍ରାୟ ୭ ହଜାର କିଲୋମିଟର ପାର କରିବା ପରେ ବୁଧବାର ଏହି ଶକ୍ତିଶାଳୀ ଯୁଦ୍ଧବିମାନଗୁଡ଼ିକ ଅମ୍ବାଲା ବାୟୁସେନା ଘାଟିରେ ପହଞ୍ଚିବ। ଏହାର ଅବ୍ୟବହିତ ପୂର୍ବରୁ ବାୟୁରେ ଇନ୍ଧନ ଭରିବାର ଏକାଧିକ ଫଟୋ ଭାଇରାଲ ହେଉଛି।

ରାଫାଲ ଆସିବା ପରେ ଭାରତର ପ୍ରତିରକ୍ଷା କ୍ଷେତ୍ର ଆହୁରୀ ସୁଦୃଢ଼ ହେବ। ତେବେ ଏନେଇ ୪ ବର୍ଷ ତଳେ ଭାରତ ଓ ଫ୍ରାନ୍ସ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ୫୯ହଜାର କୋଟି ଟଙ୍କାର ମୋଟ ୩୬ଟି ରାଫାଲ ଯୁଦ୍ଧବିମାନ କିଣିବାର କାର୍ଯ୍ୟକ୍ରମ ରହିଛି।

ରାଫାଲ ଲକ୍ଷ୍ୟଭେଦ କରିବାର ପାରଙ୍ଗମ। ଏହା ଶତ୍ରୁକୁ ଆକ୍ରମଣ କରିବାର ସୁଯୋଗ ନ ଦେଇ କେବଳ ଜବାବ ଦେଇଥାଏ। ବହୁତ ଦୂରରୁ ଆସୁଥିବାରୁ ଏହି ବିମାନରେ ଇନ୍ଧନ ସରିବାର ସମ୍ଭାବନା ରହିଥିଲା। ହେଲେ ଏଥିରେ ବାୟୁରେ ଇନ୍ଧନ ଭରିବାର ବ୍ୟବସ୍ଥା ମଧ୍ୟ ରହିଛି।

୨୦୨୧ ସୁଦ୍ଧା ବାକି ବିମାନ ଭାରତରେ ପହଞ୍ଚିବ ବୋଲି ଜଣାପଡ଼ିଛି। ଭାରତୀୟ ବାୟୁସେନା ପକ୍ଷରୁ ପାଇଲଟ୍‌ ଏବଂ ଅନ୍ୟ ସହାୟକ କର୍ମଚାରୀଙ୍କୁ ଏନେଇ ଟ୍ରେନିଂ ଦିଆଯାଇଛି। ବାକି ଅନ୍ୟମାନଙ୍କୁ ଆଗାମୀ ୯ ମାସ ମଧ୍ୟରେ ଟ୍ରେନିଂ ଦିଆଯିବ ବୋଲି ଜଣାପଡ଼ିଛି।

Share