Categories: ଜାତୀୟ

ଅମ୍ବାଲା ଏୟାରବେସ୍‌ରେ ରାଫାଲକୁ ଦିଆଗଲା ଓ୍ବାଟର ସାଲ୍ୟୁଟ

ଅମ୍ବାଲା,୨୯।୭: ବହୁ ପ୍ରତିକ୍ଷୀତ ରାଫାଲ ଯୁଦ୍ଧ ବିମାନ ଶେଷରେ ବୁଧବାର ଭାରତରେ ପହଞ୍ଚିଛି। ରାଫାଲ ଆସିବା ପରେ ଭାରତୀୟ ବାୟୁସେନାର ଶକ୍ତି ଆହୁରି ଦ୍ୱିଗୁଣିତ ହୋଇଯାଇଛି। ହରିୟାଣାର ଅମ୍ବାଲା ଏୟାରବେସ୍‌ରେ ରାଫାଲ ଅବତରଣ କରିବା ପରେ ବିମାନଗୁଡ଼ିକୁ ଓ୍ବାଟର ସାଲ୍ୟୁଟ ସହ ସ୍ବାଗତ କରାଯାଇଥିଲା। ଏହି ସମୟରେ ବାୟୁସେନା ମୁଖ୍ୟ ଆର୍‌.କେଏସ୍‌ ଭଦୌରିଆ ଉପସ୍ଥିତ ରହି ରାଫାଲକୁ ସ୍ବାଗତ ଜଣାଇଥିଲେ। ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଟୁଇଟ କରି ବାୟୁସେନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଫାଲ ଯୁଦ୍ଧ ବିମାନ ଭାରତରେ ପାଦ ଦେବା ପରେ ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ଏହା ବାୟୁସେନାର ଯୁଦ୍ଧ କ୍ଷମତାକୁ ଆହୁରି ବୃଦ୍ଧି କରିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସ ପକ୍ଷରୁ ଭାରତକୁ ୫ଟି ରାଫାଲ ବିତରଣ କରାଯାଇଛି। ଏହି ୫ଟି ରାଫାଲ ଯୁଦ୍ଧ ବିମାନ ସୋମବାର ଫ୍ରାନ୍ସରୁ ବାହାରି ମଙ୍ଗଳବାର ୟୁଏଇରେ କିଛି ସମୟ ରହି ପୁଣି ଭାରତ ଅଭିମୂଖେ ଉଡାଣ ଭରିଥିଲା। ବୁଧବାର ଅପରାହ୍ନରେ ଏହା ଭାରତ ଅମ୍ବାଲାରେ ଅବତରଣ କରିଛି।

Share