Categories: ଜାତୀୟ

ରାଘବ ଚଡ୍ଡାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ଚଣ୍ଡିଗଡ଼,୧୧।୭: ଆମ ଆଦମୀ ପାର୍ଟିର ରାଜ୍ୟସଭା ଏମ୍‌ପି ରାଘବ ଚଡ୍ଡା ପଞ୍ଜାବ ସରକାରଙ୍କ ପରାମର୍ଶଦାତା କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ସୋମବାର ନିଯୁକ୍ତି ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ, ଚଡ୍ଡା ହେଉଛନ୍ତି ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ। ସେ ବିଶ୍ୱର ଅନେକ ବଡ଼ କର୍ପୋରେଟ ଫାର୍ମରେ କାମ କରିଛନ୍ତି। ଏହା ସହ ସେ ଦିଲ୍ଲୀ ଅର୍ଥମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅର୍ଥନୀତିକ ପରାମର୍ଶଦାତା ଭାବେ କାର୍ଯ୍ୟ ମଧ୍ୟ କରିଛନ୍ତି। ତେବେ ଚଡ୍ଡା ପଞ୍ଜାବରେ ଏଏପି ସରକାରଙ୍କର ଲୋକ-ପ୍ରୋତ୍ସାହନମୂଳକ ପଦକ୍ଷେପଗୁଡ଼ିକର କାର୍ଯ୍ୟକାରିତା ତଥା କାର୍ଯ୍ୟାନ୍ବୟନର ତଦାରଖ ରଖିବେ। ଏଥିସହ ସରକାରଙ୍କୁ ଆର୍ଥିକ ନୀତି ଗୁଡ଼ିକ ସମ୍ପର୍କରେ ପରାମର୍ଶ ଦେବେ।

Share