Categories: ଜାତୀୟ

‘କେଜ୍‌ରିଓ୍ବାଲଙ୍କ ଘରୁ ୪ମଫ୍‌ଲର, ସିସୋଡିଆଙ୍କ ଘରୁ ମିଳିବ କେବଳ ଖାତା- ପେନ୍‌ସିଲ୍‌’

ନୂଆଦିଲ୍ଲୀ,୧୯।୮: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଘରେ ଶୁକ୍ରବାର ସିବିଆଇ ଚଢ଼ାଉ ପରେ ଭାଜପା-ଏଏପି ନେତାଙ୍କ ମଧ୍ୟରେ ବୟାନବାଜି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ଆମ ଆଦମୀ ପାର୍ଟି (ଏଏପି) ଏମ୍‌ପି ରାଘବ ଚଡ୍ଡା ଭାଜପାକୁ ଟାର୍ଗେଟ କରିଛନ୍ତି। ଶୁକ୍ରବାର ସେ କହିଛନ୍ତି, ପୂର୍ବରୁ ସିବିଆଇ ଏଏପି ସଂଯୋଜକ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଘରେ ଚଢ଼ାଉ କରି ମାତ୍ର ୪ଟି ମଫଲର ପାଇଥିଲା। ଠିକ୍‌ ସେହିପରି ସିସୋଡିଆଙ୍କ ଘରୁ ମଧ୍ୟ କେବଳ ଖାତା, ପେନ୍‌ସିଲ୍‌ ଓ ଜ୍ୟାମିତି ବାକ୍ସ ପାଇବ ବୋଲି ରାଘବ କହିଛନ୍ତି। ମନୀଷ ସିସୋଡିଆଙ୍କୁ ଗିରଫ କରି ଭାଜପା କେଜ୍‌ରିଓ୍ବାଲଙ୍କୁ ଶେଷ କରିବାକୁ ଚାହୁଁଛି ବୋଲି ଏଏପି ଏମ୍‌ପି ଚଡ୍ଡା କହିଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀ ସମେତ ୭ଟି ରାଜ୍ୟରେ ଏକ୍ସାଇଜ୍‌ ସ୍କାମ ମାମଲାରେ ସିବିଆଇ ଚଢ଼ାଉ ଜାରି ରଖିଛି। ଯେଉଁଥିରେ ଦିଲ୍ଲୀର ୨୧ଟି ସ୍ଥାନ ମଧ୍ୟ ସାମିଲ ରହିଛି।

Share