ନୂଆଦିଲ୍ଲୀ,୧୭।୧୦: ଆମ ଆଦମୀ ପାର୍ଟି (ଏଏପି) ରାଜ୍ୟ ସଭା ଏମ୍ପି ରାଘବ ଚଢା ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟରୁ ଏକ ବଡ ଆଶ୍ୱସ୍ତି ପାଇଛନ୍ତି। ଅଦାଲତ କହିଛନ୍ତି, ରାଘବ ଚଢାଙ୍କୁ ବର୍ତ୍ତମାନର ଟାଇପ -୭ ସରକାରୀ ବଙ୍ଗଳା ଖାଲି କରିବାକୁ ପଡିବ ନାହିଁ।
ହାଇକୋର୍ଟ ନିମ୍ନ ଅଦାଲତରେ ରାଜ୍ୟ ସଭା ସଚିବାଳୟଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟବର୍ତ୍ତୀକାଳୀନ ରୋକ ହଟାଇବା ନିଷ୍ପତ୍ତିକୁ ରଦ୍ଦ କରିଛନ୍ତି। ଏହି ମାମଲାର ଶୁଣାଣି କରୁଥିବା ଜଷ୍ଟିସ ଅନୁପ ଜେ ଭମ୍ବାନୀ କହିଛନ୍ତି, ରାଜ୍ୟ ସଭା ସଚିବାଳୟ ବିରୋଧରେ ନିମ୍ନ ଅଦାଲତ ଦେଇଥିବା ଆଦେଶ ଅକ୍ଷୁର୍ଣ୍ଣ ରହିବ।
ଏହି ରଦ୍ଦ ସେ ପର୍ଯ୍ୟନ୍ତ ବଳବତ୍ତର ରହିବ ଯେ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ରିଲିଫ ପାଇଁ ତାଙ୍କ ଆବେଦନ ଉପରେ ଟ୍ରାଏଲ କୋର୍ଟ ନିଷ୍ପତ୍ତି ନେବେ।