ବମ୍ବେ: ଲୋକପ୍ରିୟ ନୃତ୍ୟଶିଳ୍ପୀ ତଥା କୋରିଓଗ୍ରାଫର ରାଘବ ଜୁୟାଲ ‘ସ୍ଲୋ ମୋଶନ କିଙ୍ଗ’ ଭାବେ ମଧ୍ୟ ଜଣାଶୁଣା। ସେ ସର୍ବଦା କିଛି ନା କିଛି କାରଣକୁ ନେଇ ଥାନ୍ତି ଚର୍ଚ୍ଚାରେ। ଏବେ ସେଭଳି କିଛି ଘଟିଛି। ରାଘବ ଏକ ବିଏମ୍ଡବ୍ଲୁ ଏକ୍ସ ୫ ସିରିଜର ନୂଆ କାର କିଣିଛନ୍ତି। ଏହାର ମୂଲ୍ୟ ରହିଛି ୧ କୋଟି। ନୀଳ ରଙ୍ଗର ଏହି କାରର ଅନେକ ଫଟୋ ଏବେ ଭାଇରାଲ ହେଉଛି।
ରାଘବ ୨୦୧୨ରେ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସର ପ୍ରତିଯୋଗୀ ଥିଲେ। ସେତେବେଳେ ସେ କୌଣସି ପ୍ରଫେସନାଲ ଟ୍ରେନିଂ ନେଇ ନ ଥିବା ବେଳେ ସେ ନୂଆ ଡ୍ୟାନ୍ସ ଫର୍ମ ଦେଖାଇଥିଲେ। ହେଲେ ମେଗା ଅଡିସନରେ ତାଙ୍କୁ ଚୟନ କରାଯାଇ ନ ଥିଲା। ପରେ ଦର୍ଶକଙ୍କ ଡିମାଣ୍ଡ ପରେ ତାଙ୍କୁ ଶୋ’ରେ ସୁଯୋଗ ମିଳିଥିଲା। ଏହାପରେ ସେ ଆଉ ପଛକୁ ଫେରି ନାହାନ୍ତି। ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ସେ ଚଢ଼ି ଚାଲିଛନ୍ତି।