ଆଜି ଓଡ଼ିଶା ଛାଡିବେ ରଘୁବର, ଅଛି ବଡ଼ ପ୍ଲାନ!

ଭୁବନେଶ୍ୱର,୨୬।୧୨: ଓଡ଼ିଶା ଛାଡିବେ ବିଦାୟୀ ରାଜ୍ୟପାଳ ରଘୁବର ଦାସ। ଆଜି ସେ ଓଡ଼ିଶାରୁ ବିଦାୟ ନେବେ। ଏନେଇ ଅତିଥି ଭବନରେ ରଘୁବରଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଉଛି। ଏହି ବିଦାୟୀ ସମ୍ବର୍ଦ୍ଧନାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ୨ ଉପମୁଖ୍ୟମନ୍ତ୍ରୀ, ବାଚସ୍ପତି, ମନ୍ତ୍ରିମଣ୍ଡଳ ସଦସ୍ୟ ଓ ମୁଖ୍ୟ ସଚିବ ଉପସ୍ଥିତ ରହିଛନ୍ତି।

ଦେଶରେ ରାଜ୍ୟପାଳଙ୍କ ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ଗୋଟିଏ ପଟେ ରାଷ୍ଟ୍ରପତି ମୁର୍ମୁ ଓଡ଼ିଶାର ରାଜ୍ୟପାଳ ପଦରୁ ରଘୁବର ଦାସଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ଅନ୍ୟପଟେ ବିହାର, ମିଜୋରାମ, କେରଳ ଏବଂ ମଣିପୁରର ରାଜ୍ୟପାଳଙ୍କୁ ପରିବର୍ତ୍ତନ କରାଯାଇଛି। ରାଷ୍ଟ୍ରପତି ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ଏହା ପରେ ମିଜୋରାମ ରାଜ୍ୟପାଳ ହରିବାବୁଙ୍କୁ ତାଙ୍କ ସ୍ଥାନରେ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।

ଭାରତୀୟ ସମ୍ବିଧାନର ଧାରା ୧୫୬ ଅନୁଯାୟୀ ରାଜ୍ୟପାଳ କାର୍ଯ୍ୟକାଳ ୫ବର୍ଷ। ରାଜ୍ୟପାଳ ଭାବେ ନିଯୁକ୍ତି ହୋଇବାକୁ ବ୍ୟକ୍ତି ଭାରତର ନାଗରିକ ହେବା ଆବଶ୍ୟକ। ଏହା ବ୍ୟତୀତ ରାଜ୍ୟପାଳ ଭାବରେ ନିଯୁକ୍ତ ବ୍ୟକ୍ତିଙ୍କ ବୟସ ପଚିଶ ବର୍ଷ କିମ୍ବା ତା’ଠାରୁ ଅଧିକ ହେବା ଉଚିତ। ତେବେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ ଇସ୍ତଫା ଦେଇଛନ୍ତି। ତାଙ୍କୁ ନେଇ ଭାଜପାର ଶୀର୍ଷ ନେତୃତ୍ୱ କିଛି ବଡ଼ ପ୍ଲାନ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏବେ ପ୍ରଶ୍ନ ହେଉଛି, ରାଜ୍ୟପାଳଙ୍କୁ ହଟାଇବା ଅଧିକାର କାହାର ରହିଛି? କୌଣସି ରାଜ୍ୟର ରାଜ୍ୟପାଳ କିମ୍ବା ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ହଟାଇବା ଚୂଡାନ୍ତ ନିଷ୍ପତ୍ତି ଦେଶର ରାଷ୍ଟ୍ରପତିଙ୍କ ଦ୍ୱାରା ନିଆଯାଏ। ତେବେ ସମ୍ବିଧାନର ଧାରା ୭୪ ଅନୁଯାୟୀ, ରାଷ୍ଟ୍ରପତିଙ୍କୁ ସହାୟତା ଏବଂ ପରାମର୍ଶ ଦେବା ପାଇଁ ମନ୍ତ୍ରୀ ପରିଷଦ ଗଠନ କରାଯାଏ, ଯାହାର ମୁଖ୍ୟ ପ୍ରଧାନମନ୍ତ୍ରୀ ହୋଇଥାନ୍ତି। ସମ୍ବିଧାନ ଅନୁଯାୟୀ ରାଷ୍ଟ୍ରପତି କେବଳ ମନ୍ତ୍ରୀ ପରିଷଦର ପରାମର୍ଶ କ୍ରମେ ନିଷ୍ପତ୍ତି ନିଅନ୍ତି।

ସମ୍ବିଧାନରେ ଏପରି ମଧ୍ୟ ନିୟମ ରହିଛି ଯେଉଁଥିରେ ରାଜ୍ୟପାଳ ମଧ୍ୟ ନିଜେ ଇସ୍ତଫା ଦେଇପାରିବେ। ସମ୍ବିଧାନର ଧାରା ୧୫୬ ଅନୁଯାୟୀ ରାଜ୍ୟପାଳ ନିଜ ଇଚ୍ଛାରେ ନିଜ ପଦ ଛାଡି ପାରିବେ, ଏଥିପାଇଁ ତାଙ୍କୁ ରାଷ୍ଟ୍ରପତିଙ୍କୁ ଏକ ଚିଠି ଲେଖିବାକୁ ପଡିବ। ଏହାପରେ ରାଷ୍ଟ୍ରପତି ଏନେଇ ନିଷ୍ପତ୍ତି ନେବେ।

ଯଦି ରଘୁବରଙ୍କ ବିଷୟରେ ଆଲୋଚନା କରିବା ତେବେ ୨୦୨୩ ଅକ୍ଟୋବରରେ ସେ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ହୋଇଥିଲେ। ଦାୟିତ୍ୱ ନେଲା ପରେ ସେ ବେଶ୍‌ ସକ୍ରିୟ ଥିଲେ। ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ସେ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ବିଭିନ୍ନ ନିର୍ଦ୍ଦେଶ ବି ଜାରି କରୁଥିଲେ। ଫଳରେ ତତ୍କାଳୀନ ବିଜେଡି ସରକାର ଅଡୁଆରେ ପଡିଯାଉଥିଲେ। କିନ୍ତୁ ରାଜ୍ୟରେ ଭାଜପା ସରକାର ଆସିଲା ପରେ ଏକାଧିକ କାରଣ ପାଇଁ ରଘୁବର ବିବଦୀୟ ହୋଇ ପଡିଥିଲେ। ତାଙ୍କ ପୁଅ ଜଣେ ସରକାରୀ କର୍ମଚାରୀଙ୍କୁ ପୁରୀ ରାଜଭବନରେ ମାଡ ମାରିବା ଘଟଣାରେ ସେ ଚର୍ଚ୍ଚାକୁ ଆସିଥିଲେ। ସେହିପରି ବିଧାନସଭା ଅଧିବେଶନରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ପାରିତ କରିବାକୁ ରଘୁବର ଅଡୁଆ ସାଜିଥିଲେ। ଏହି ବିିଲ୍‌କୁ କ୍ୟାବିନେଟ୍‌ ମଞ୍ଜୁର ମିଳିସାରିଥିଲେ ମଧ୍ୟ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଏନେଇ ଆପତ୍ତି ଉଠାଇଥିଲେ। ତେବେ ରାଜନୈତିକ ବିଶେଷଜ୍ଞଙ୍କନୁସାରେ ଏହି ଦୁଇଟି କାରଣ ପାଇଁ ଭାଜପା କେନ୍ଦ୍ରୀୟ ନେତୃତ୍ୱ ଏପରି କଠୋର ପଦକ୍ଷେପ ନେଲେ ଏହା ପଛରେ ଅନ୍ୟ କିଛି କାରଣ ରହିଛି ତାହା ଜଣାପଡିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଶେକଙ୍କ ବିସ୍ଫୋରକ ଶତକ: ହାଇଦ୍ରାବାଦ ବିଜୟୀ

ହାଇଦ୍ରାବାଦ,୧୨ା୪: ଅଭିଶେକ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ୮ ଉଇକେଟରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌)କୁ ପରାସ୍ତ କରିଛି। ହାଇସ୍କୋରିଂ ମ୍ୟାଚରେ ପିବିକେଏସ୍‌...

ଉଗ୍ରରୂପ ନେଲା ଓ୍ବକ୍‌ଫ ବିରୋଧୀ ବିକ୍ଷୋଭ: ଇଣ୍ଟରନେଟ୍‌ ସେବା ବନ୍ଦ

କୋଲକାତା,୧୨।୪: ଓ୍ବକ୍‌ଫ ସଂଶୋଧନ ଆଇନ ବିରୋଧରେ ବିକ୍ଷୋଭ ଉଗ୍ରରୂପ ନେଇଛି। ପଶ୍ଚିମବଙ୍ଗର ମୁସଲମାନବହୁଳ ମୁର୍ଶିଦାବାଦ ଜିଲାରେ ହୋଇଥିବା ବିକ୍ଷୋଭ ହିଂସାତ୍ମକ ରୂପ ନେଇଥିବା ବେଳେ ଏଥିରେ...

ଭାରତୀୟ ଫାର୍ମା କମ୍ପାନୀର ଓ୍ବେୟାର ହାଉସ ଉପରେ ମିଶାଇଲ ମାଡ଼ କଲା ରୁଷିଆ

କ୍ୱିଭ,୧୨।୪: ୟୁକ୍ରେନର ରାଜଧାନୀ କ୍ୱିଭରେ ରୁଷିଆର ସଦ୍ୟତମ ଆକ୍ରମଣରେ ଏକ ଭାରତୀୟ ଔଷଧ କମ୍ପାନୀର ଗୋଦାମ ଧ୍ୱଂସ ହୋଇଯାଇଛି। ଶନିବାର (୧୨ ଏପ୍ରିଲ, ୨୦୨୫) ଭାରତରେ...

ମୋହନ ବାଗାନ ସୁପର ଜାଏଣ୍ଟ୍ସ ଚାମ୍ପିୟନ

କୋଲକାତା, ୧୨ା୪ : ମୋହନବାଗାନ ସୁପର ଜାଏଣ୍ଟ୍ସ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ୨୦୨୪-୨୫ ସିଜନର ଟାଇଟଲ ବିଜେତା ହୋଇଛି। ସ୍ଥାନୀୟ ଯୁବ ଭାରତୀ କ୍ରୀଡ଼ାଙ୍ଗନରେ...

ଆଶ୍ୱସ୍ତି ଆଣିଲା କାଳବୈଶାଖୀ ବର୍ଷା

ଧରାକୋଟ,୧୨ା୪(ବିଷ୍ଣୁ କେଶରୀ ଅଚାର୍ଯ୍ୟ): କାଳବୈଶାଖୀ ବର୍ଷା ଧରାକୋଟ ଅଞ୍ଚଳର ଜନଜୀବନ ପାଇଁ ଆଶ୍ୱସ୍ତି ଆଣିଛି। ଚୈତ୍ର ମାସରେ ତାପମାତ୍ରା ବୃଦ୍ଧି ଯୋଗୁ ଲୋକେ ନାହିଁ ନ...

ଦୁଇ ଫୁଲମାଳରେ ବାଛିଲେ ଜୀବନସାଥୀ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ)- ବିବାହରେ ନ ଥିଲା ଯାନିଯୌତୁକ। କେବଳ ୨ଟି ଫୁଲମାଳରେ ବାଛିଥିଲେ ଜୀବନସାଥୀ। ଏଭଳି ଏକ ଆଦର୍ଶ ଗଣବିବାହ ଶନିବାର ବରଗଡ ସ୍ଥିତ ବିଜୁ...

ମିଳୁନି ପିଇବା ପାଣି

ଗଞ୍ଜାମ,୧୨ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମରେ ଦୀର୍ଘ ପନ୍ଦର ଦିନରୁ ଊର୍ଦ୍ଧ୍ୱ ହେବ ପିଇବା ପାଣି ସମସ୍ୟା ଦେଖାଦେଇଛି। ଏନେଇ...

ଭଉଣୀ ନେହା କକ୍କର, ଭାଇ ଟୋନିଙ୍କଠାରୁ ସମ୍ପର୍କ କାଟିଲେ ଭଉଣୀ ସୋନୁ! ପୋଷ୍ଟ ଶେୟାର କରି କହିଲେ…

ମୁମ୍ବାଇ: ଗାୟିକା ସୋନୁ କକ୍କର ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଗାୟିକା, ସେ ଅନେକ ବଡ଼ ବଡ଼ ମୁଭିରେ ନିଜ କଣ୍ଠସ୍ବରର ଯାଦୁ ଦେଖାଇଛନ୍ତି। ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image