ଭାଜପା ଛାଡ଼ିଲେ ରଘୁନାଥ ମହାନ୍ତି

ଭୁବନେଶ୍ୱର,୬ା୪: ବରିଷ୍ଠ ନେତା ରଘୁନାଥ ମହାନ୍ତି ଶନିବାର ଭାଜପା ଛାଡ଼ିଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ଭାଜପା ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଛନ୍ତି। ପୂରା ପରିବାର ସହ ରଘୁନାଥ ଭାଜପା ଛାଡ଼ିଥିବା ଜଣାପଡ଼ିଛି।

ରଘୁନାଥ ୧୯୯୦ ଓ ୧୯୯୫ରେ ଓଡ଼ିଶା ବିଧାନସଭା ନିର୍ବାଚନରେ ଜନତା ଦଳର ପ୍ରାର୍ଥୀ ଭାବରେ ବସ୍ତା ବିଧାନସଭା କ୍ଷେତ୍ରରୁ ନିର୍ବାଚିତ ହୋଇଥିଲେ ।

ଏହାପରେ ୨୦୦୦, ୨୦୦୪ ଓ ୨୦୦୯ରେ ଓଡ଼ିଶା ବିଧାନସଭା ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ପୁଣିଥରେ ବସ୍ତା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ତମ, ୧୩ତମ, ୧୪ତମ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ରଘୁନାଥ ୧୩ତମ ଓଡ଼ିଶା ବିଧାନସଭାରେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ପଞ୍ଚାୟତିରାଜ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବରେ ୧୭ ମଇ ୨୦୦୬ରୁ ୨୧ ମଇ ୨୦୦୯ ଯାଏ କାର୍ଯ୍ୟ କରିଥିଲେ।  ଏହା ପରେ ୧୪ତମ ଓଡ଼ିଶା ବିଧାନସଭାରେ ସେ ଶିଳ୍ପ, ଇସ୍ପାତ ଓ ଖଣି ଏବଂ ବୈଦେଶିକ ବ୍ୟାପର ମନ୍ତ୍ରୀ ଭାବରେ ୨୨ ମେ’ ୨୦୦୯, ୨ ଅଗଷ୍ଟ ୨୦୧୨ ଯାଏ କାର୍ଯ୍ୟ କରିଥିଲେ। ୨ ଅଗଷ୍ଟ ୨୦୧୨ରୁ ୧୫ ମାର୍ଚ୍ଚ ୨୦୧୩ଯାଏ ସେ ଆଇନ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

୨୦୧୦ରେ ଭାଜପା ଟିକେଟ୍‌ରେ ବି ଲଢ଼ିଥିଲେ। ସେ ସରକାରୀ ଦଳର ମୁଖ୍ୟ ସଚେତକ ଏବଂ ମନ୍ତ୍ରୀ ମଧ୍ୟ ଥିଲେ। ବଧୂ ନିର୍ଯାତନା ମାମଲାରେ ଗିରଫ ହୋଇଥିଲେ। ଏହା ପରେ ବିଜେଡି ତାଙ୍କୁ ଦଳରୁ ନିଲମ୍ବନ କରିଥିଲା। ପରେ ସେ ଭାଜପାରେ ଯୋଗ ଦେଇଥିଲେ। ଆଜି ସେ ଭାଜପା ଛାଡ଼ିଛନ୍ତି।