Categories: ଖେଳ

ଆଖିବୁଜିଲେ ଏହି ମହାନ କ୍ରିକେଟର୍‌

ନୂଆଦିଲ୍ଲୀ,୫।୯: ଭାରତର ସବୁଠୁ ବୟସ୍କ ପ୍ରଥମ ଶ୍ରେଣୀ କ୍ରିକେଟର ରଘୁନାଥ ରାମଚନ୍ଦ୍ର ଚାନ୍ଦୋରକରଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୦ ବର୍ଷ ବୟସ ହୋଇଥିଲା। ରଘୁନାଥ ଜଣେ ଡାହାଣହାତୀ ବ୍ୟାଟ୍ସମ୍ୟାନ ଥିଲେ। ସେ ୭ ରଣଜୀ ଟ୍ରଫି ମ୍ୟାଚରେ ମହାରାଷ୍ଟ୍ର ଏବଂ ମୁମ୍ବାଇର ପ୍ରତିନିଧିତ୍ୱ କରିଥିଲେ ଏବଂ ପ୍ରଥମ ଶ୍ରେଣୀ ମ୍ୟାଚରେ ୧୫୫ ରନ ସଂଗ୍ରହ କରିଥିଲେ। ଜୀବନରେ ଏକ ଶତକ ପୂରଣ କରିଥିବା ରଘୁନାଥ ତୃତୀୟ ପ୍ରଥମ ଶ୍ରେଣୀ ଭାରତୀୟ କ୍ରିକେଟର ଥିଲେ।
କୌତୁହଳର ବିଷୟ, ଯେପର୍ଯ୍ୟନ୍ତ ରଘୁନାଥଙ୍କ ପାସପୋର୍ଟ ମିଳି ନଥିଲା, କ୍ରିକେଟ ଜଗତ ଜାଣିଥିଲା ଯେ ସେ ୧୯୨୨ ମସିହାରେ ଜନ୍ମ ହୋଇଥିଲେ, କିନ୍ତୁ ପାସପୋର୍ଟରେ ତାଙ୍କର ଜନ୍ମ ତାରିଖ ୨୧ ନଭେମ୍ବର ୧୯୨୦ ଥିଲା।
ରଘୁନାଥ ୧୯୪୩ ରୁ ୧୯୫୦ ପର୍ଯ୍ୟନ୍ତ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିଲେ। ସେ ବମ୍ବେ ବିପକ୍ଷରେ ମହାରାଷ୍ଟ୍ର ପାଇଁ ଡେବ୍ୟୁ କରିଥିଲେ ଏବଂ ମହାରାଷ୍ଟ୍ର ବିପକ୍ଷରେ ବମ୍ବେ ପାଇଁ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ। ଡି.ବି ଦେଓଧର ଏବଂ ବସନ୍ତ କୁଞ୍ଜ ମଧ୍ୟ ରଘୁନାଥଙ୍କ ଡେବ୍ୟୁ ମ୍ୟାଚରେ ଥିଲେ, ଚଳିତ ବର୍ଷ ଆଲାନ ବରଗେସଙ୍କ ମୃତ୍ୟୁ ପରେ ରଘୁନାଥ ବିଶ୍ୱର ସବୁଠୁ ବୟସ୍କ ଜୀବନ୍ତ ପ୍ରଥମ ଶ୍ରେଣୀ କ୍ରିକେଟର ହୋଇଥିଲେ।

Share