Categories: ଜାତୀୟ

ରଘୁବଂଶଙ୍କୁ ଝୁରୁଛନ୍ତି ଲାଲୁ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୩ ।୯: ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରତାପ ସିଂଙ୍କର ରବିବାର ସକାଳେ ପରଲୋକ ହୋଇଛି । ଦିଲ୍ଲୀସ୍ଥିତ ଅଲଇଣ୍ଡିଆ ଇନଷ୍ଟଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍‌(ଏମ୍ସ)ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହି ଖବର ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରି କହିଛନ୍ତି ରଘୁଂଶଙ୍କ ପରଲୋକରେ ବିହାର ସମେତ ଦେଶର ରାଜନୈତିକ କ୍ଷେତ୍ରରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଗରିବଙ୍କୁ ବୁଝିପାରୁଥିବା ରଘୁବଂଶ ତାଙ୍କର ସମସ୍ତ ସମୟ ବିହାରରେ କାଟିଛନ୍ତି ବୋଲି କୁହାଯାଏ । ଶେଷ ବେଳକୁ ସେ ନୀତୀଶଙ୍କ ନିକଟକୁ ଯେଉଁ ପତ୍ର ଲେଖିଥିଲେ ସେଥିରୁ ସ୍ପଷ୍ଟ ବାରି ହୋଇ ପଡିଛି ଯେ ଶେଷ ଜୀବନ ପର୍ଯ୍ୟନ୍ତ ବି ବିହାରର ଉନ୍ନତି କଥା ଚିନ୍ତା କରୁଥିଲେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ରଘୁବଂଶଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଟୁଇଟ୍ କରି ସେ ଲେଖିଛନ୍ତି ରଘୁବଂଶ ପ୍ରସାଦ ସିଂଙ୍କର ବିୟୋଗ ନିଶ୍ଚିତ ଭାବେ ଏକ ଦୁଃଖଦ ଖବର । ସବୁବେଳେ ସେ ବିହାରର ଉନ୍ନତି କଥା ଚିନ୍ତା କରୁଥିଲେ । ଏହାସହ ସେ ତାଙ୍କ ପରିବାର ଓ ଅନୁଗାମୀଙ୍କୁ ସମବେଦନା ଜଣାଇଛନ୍ତି । ତେବେ ରଘୁବଂଶଙ୍କ ବିୟୋଗରେ ସବୁଠାରୁ ବୋଧହୁଏ ଅଧିକ ଦୁଃଖି ହୋଇଛନ୍ତି ଲାଲୁ ପ୍ରସାଦ ଯାଦବ । ସେ ଟୁଇଟ୍ କରି କହିଛନ୍ତି, ରଘୁବଂଶ ଆପଣ ଏ କ’ଣ କଲେ । ଦଳରୁ ଇସ୍ତଫା ଦେବା ସମୟରେ ମୁଁ ୩ ଦିନ ତଳେ ଅପାଣଙ୍କୁ କହିଥିଲି ଆପଣ କ୍ରୁଆଡେ ଯାଉ ନାହାନ୍ତି । ହେଲେ ଆଜି ଆପଣ ଏତେ ଦୂର ଚାଲିଗଲେ । ମୋ ପାଖରେ କିଛି ଶବ୍ଦ ନାହିଁ । ମୁଁ ଅତ୍ୟନ୍ତ ଦୁଃଖିତ, ଆପଣ ବହୁତ ମନେ ପଡିବେ ।

Share