Categories: ଜାତୀୟ

ଆର୍‌ଜେଡି ଛାଡିବା ପରେ ନୀତୀଶଙ୍କ ସହ ସମ୍ପର୍କ ଯୋଡୁଛନ୍ତି ରଘୁବଂଶ!

ପାଟନା,୧୧ ।୯: ବିହାରରେ ଆସନ୍ତା ଅକ୍ଟୋବର କିମ୍ବା ନଭେମ୍ବରରେ ବିଧାନସଭା ନିର୍ବାଚନ ହେବାର ଅନୁମାନ କରାଯାଉଛି । ତେବେ ନିର୍ବାଚନ ପାଇଁ ସମୟ ଯେତିକି ପାଖେଇ ଆସୁଛି ରାଜନୀତି ବି ସେତିକି ସରଗରମ ହେଉଛି । ଗୁରୁବାର ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)ର ପୂର୍ବତନ ଉପାଧ୍ୟକ୍ଷ ତଥା ବରିଷ୍ଠ ନେତା ରଘୁବଂଶ ପ୍ରସାଦ ସିଂ ଇସ୍ତଫା ପ୍ରଦାନ କରି ଦଳକୁ ଏକ ଶକ୍ତ ଧକ୍କା ଦେଇଥିଲେ । ଆଉ ଏହାର ଠିକ୍ ଗୋଟିଏ ଦିନ ପରେ ଅର୍ଥାତ୍ ଶୁକ୍ରବାର ସେ କୁଆଡେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଏକ ପତ୍ର ଲେଖିଥିବା କୁହାଯାଉଛି । ଏବେ ଅସୁସ୍ଥତା କାରଣରୁ ସେ ଏମ୍ସରେ ଚିକିତ୍ସାଧିନ ଥାଇ ହସ୍‌ପିଟାଲରୁ ନୀତୀଶଙ୍କ ନିକଟକୁ ପତ୍ର ଲେଖିଛନ୍ତି । ଉକ୍ତ ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେଉଁ କାର୍ଯ୍ୟକୁ ସେ ପୂରଣ କରିପାରି ନାହାନ୍ତି ତାକୁ ନୀତୀଶ କରନ୍ତୁ । ପ୍ରଥମେ ସେ ମନରେଗା ଆଇନରେ ସରକାରୀ ଓ ଏସ୍‌ସି-ଏସ୍‌ଟି ଜମି ଉପରେ କାମ କଥା ଆଲୋଚନା କରିଛନ୍ତି । ଦ୍ୱିତୀୟରେ ବୈଶାଳି ଗଣତନ୍ତ୍ରର ଜନନୀ । ବିଶ୍ୱର ପ୍ରଥମ ଗଣତନ୍ତ୍ର । ହେଲେ ସରକାର ଏଥିପାଇଁ କିଛି କରି ନାହାନ୍ତି । ତେଣୁ ଏଥିପ୍ରତି ନୀତୀଶ ଦୃଷ୍ଟି ଦିଅନ୍ତୁ । ତୃତୀୟରେ ଭଗବାନ ବୁଦ୍ଧଙ୍କ ପ୍ରବିତ୍ର ଭିକ୍ଷାପାତ୍ର ଆଫଗାନିସ୍ତାନରୁ ବୈଶାଳି ଆଣିବାକୁ ନୀତୀଶଙ୍କୁ ଅନୁରୋଧ କରିଛନ୍ତି ରଘୁବଂଶ ।

Share