ଇଞ୍ଜିନିୟରିଂ କଲେଜରେ ର଼୍ୟାଗିଂ ଅଭିଯୋଗ: ଜୁନିୟର ଛାତ୍ରଙ୍କୁ ଆକ୍ରମଣ କଲେ ସିନିୟର, ୫ ଅଟକ

କେନ୍ଦୁଝର,୬ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସରକାରୀ ଡିଗ୍ରୀ ଇଞ୍ଜିନିୟରି କଲେଜ(ଜିସିଇ)ରେ ମାଇନିଂ ଇଞ୍ଜିନିୟରିଂ ବିଭାଗର ଜଣେ ଜୁନିୟର ଛାତ୍ରଙ୍କୁ ଉକ୍ତ ବିଭାଗର ସିନିୟର ଛାତ୍ରମାନେ ଆକ୍ରମଣ କରି ଆହତ କରିଥିବା ନେଇ ଟାଉନ ଥାନା ଅଭିଯୋଗ ହୋଇଛି। ଆହତ ଜୁନିୟର ଛାତ୍ର କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ନାମ ବିଶ୍ୱଜିତ୍‌ ବେହେରା ଏବଂ ଦ୍ୱିତୀୟ ବର୍ଷ ମାଇନିଂ ଇଞ୍ଜିନିୟରିଂରେ ପଢୁଛନ୍ତି। ତାଙ୍କ ଘର ଘଟଗାଁ ଥାନା କୋଳିମାଟି ଗ୍ରାମରେ ବୋଲି ଜଣାପଡ଼ିଛି।
ଅଭିଯୋଗ ଅନୁଯାୟୀ, ସିନିୟର ଛାତ୍ର ମୋହିତ ପାତ୍ର, ସାଫଲ୍ୟ ମଲ୍ଲିକ, କୁସୁମ ହାଁସଦା, ଶେଖର ଏବଂ ବାବୁ ଦାସ ମଙ୍ଗଳବାର ବିଳମ୍ବିତ ରାତିରେ କଲେଜ ପରିସରରେ ଥିବା ବଳଦେବଜୀଉ ହଷ୍ଟେଲର ୧୧୨ ନମ୍ବର ରୁମ୍‌ର କବାଟ ଭାଙ୍ଗି ଭିତରେ ପଶି ଲୁହାରଡ୍‌ ଓ ବାଡ଼ିରେ ପିଟାପିଟି କରିଥିଲେ। ସେମାନଙ୍କ ଆକ୍ରମଣରେ ବିଶ୍ୱଜିତ୍‌ ବେହେରା ଗୁରୁତର ହୋଇଥିଲେ। ତାଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଥିଲା। କଲେଜ ଅଧ୍ୟକ୍ଷ ସମେତ ଅନ୍ୟମାନେ ମେଡିକାଲ ଯାଇ ଚିକିତ୍ସା ବ୍ୟବସ୍ଥା କରିଥିଲେ। ଏହି ଘଟଣାକୁ ନେଇ ବିଶ୍ୱଜିତ୍‌ଙ୍କ ବାପା ବିନୟ କୁମାର ବେହେରା ବୁଧବାର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଟାଉନ ଥାନା ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ଅନୁଯାୟୀ, ସେମାନେ ବିଶ୍ୱଜିତ୍‌ଙ୍କଠାରୁ ସୁନା ଚେନ୍‌ ଛଡ଼ାଇ ନେବା ସହ ହାତ ଓ ଗୋଡ଼କୁ ବାଡ଼େଇ ମାଡ଼ ମାରିଥିଲେ। ଫଳରେ ସେ ଅଚେତ ହୋଇଯାଇଥିଲେ। ଅଚେତ୍‌ ଅବସ୍ଥାରେ ତା’ଙ୍କ ସାଙ୍ଗମାନେ ମେଡିକାଲ ନେଇଥିଲେ। ପୂର୍ବରୁ ସେମାନେ ବିଶ୍ୱଜିତ୍‌ଙ୍କୁ ବାରମ୍ବାର ର଼୍ୟାଗିଂ କରି ଆସୁଥିଲେ ବୋଲି କଲେଜ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ। ତେବେ କଲେଜ କର୍ତ୍ତୃପକ୍ଷ ଏ ନେଇ କୌଣସି ପଦକ୍ଷେପ ନେଇ ନ ଥିଲେ ବୋଲି ତାଙ୍କ ବାପା ଅଭିଯୋଗ କରିଛନ୍ତି। ଏଣୁ ମୋ’ ପୁଅ ପ୍ରତି ବିପଦ ଥିବାରୁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ପୋଲିସ ନିକଟରେ ସେ ନିବେଦନ କରିଛନ୍ତି।

ପୂର୍ବରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇ ନ ଥାନ୍ତା ବୋଲି ବିଶ୍ୱଜିତ୍‌ଙ୍କ ବାପା କହିଛନ୍ତି। ଏହି କଲେଜରେ ଆଣ୍ଟି ର଼୍ୟାଗିଂ ସେଲ୍‌ ସଠିକ୍‌ ଭାବରେ କାମ କରୁ ନ ଥିବାରୁ ଏଭଳି ଘଟଣା ଘଟୁଛି। ଏ ନେଇ ଜିସିଇ କଲେଜ ଅଧ୍ୟକ୍ଷ ପ୍ରଫେସର ସରୋଜ କୁମାର ଷଡ଼ଙ୍ଗୀ କହିଛନ୍ତି, ପୋଲିସ ଘଟଣାର ତଦନ୍ତ କରୁଛି। ତେବେ ଅଭିଯୁକ୍ତ ଛାତ୍ରମାନଙ୍କୁ ଏକ ବର୍ଷ ପାଇଁ ପାଠପଢ଼ାରୁ ନିବୃତ୍ତ କରାଯାଇଛି।

ଅଭିଯୋଗ ହେବା ପରେ ଟାଉନ ଥାନା ପୋଲିସ କେସ୍‌ ନମ୍ବର ୫୧୫/୨୪ରେ ୫ ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରି ସେମାନଙ୍କୁ ଅଟକ ରଖି ତଦନ୍ତ କରୁଛି। ଏନେଇ ଟାଉନ ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ କହିଛନ୍ତି, ଆହତ ପିଲାଙ୍କ ବାପାଙ୍କ ଅଭିଯୋଗ କ୍ରମେ ଏକ କେସ୍‌ କରାଯାଇ ଘଟଣାର ତଦନ୍ତ କରାଯାଉଛି। ଅଭିଯୁକ୍ତ ୫ ଛାତ୍ର ଅଟକ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ତିକା ପ୍ରଦୂଷଣ ବଢ଼ାଉଛି ପ୍ଲାଷ୍ଟିକ୍‌

ପ୍ଲାଷ୍ଟିକ୍‌ ପ୍ରଦୂଷଣ ମଧ୍ୟ ସ୍ଥଳଭାଗରେ ନିଜର କାୟା ବିସ୍ତାର କରି ଚାଲିଛି। ପ୍ଲାଷ୍ଟିକ୍‌ ଆବର୍ଜନାକୁ ଖାଦ୍ୟ ବୋଲି ମନେକରି କିଛି ଜୀବ ଭକ୍ଷଣ କରିଥାନ୍ତି। ଏହା...

ଖୋଲୁନି ମଣ୍ଡି, ବଢୁଛି ଧାନ ଚୋରା ଚାଲାଣ

ପଟ୍ଟାମୁଣ୍ଡାଇ,୧୫ା୧୨ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ଭାତହାଣ୍ଡି କୁହାଯାଉଥିବା ପଟ୍ଟାମୁଣ୍ଡାଇ ଉତିକଣ ଅଞ୍ଚଳ ସମେତ ଅନ୍ୟ ସ୍ଥାନରେ ଚାଷୀଙ୍କ ଖରିଫ ଧାନ ଫସଲ ୮୦ ଭାଗ...

ବ୍ଲକ ପ୍ରଶାସନର ପକ୍ଷପାତିତା: ସ୍ବାଧୀନ ବିଧାୟକଙ୍କୁ ଟାଣିଲା ବିଜେଡି  

 ନିଶ୍ଚିନ୍ତକୋଇଲି,୧୫।୧୨(ଅଶୋକ କୁମାର ମହାପାତ୍ର): କଟକ ଜିଲା  ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନର ଅପରିଣାମଦର୍ଶିତା ପାଇଁ ବହୁ ଟଙ୍କା ଫେରିଯାଇଛି। ଉନ୍ନୟନ କାଯ୍ୟକ୍ରମ ଠପ୍‌ ହୋଇଯାଇଛି। ଏହାର ପ୍ରତିବାଦରେ...

ଜିଲାପାଳଙ୍କ ଜନ ଶୁଣାଣିରେ ପହଞ୍ଚିଲେ ଅଲେଖ ବାବା: ଜାଣନ୍ତୁ କାହିଁକି

କେସିଙ୍ଗା,୧୫।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ବିଡିଓ ଜନ୍ମେଜୟ ସ୍ବାଇଁଙ୍କ ଆହ୍ବାନ କ୍ରମେ ଜିଲାପାଳଙ୍କ ଜନ ଶୁଣାଣି ଓ ସମାଧାନ...

ମାଂସ ଶିକାରୀଙ୍କ ଲୋଲୁପଦୃଷ୍ଟିରେ ଭିତରକନିକା: କଟକଣା ସତ୍ତ୍ୱେ ନିଷିଦ୍ଧାଞ୍ଚଳରୁ…

କେନ୍ଦ୍ରାପଡ଼ା,୧୫ା୧୨ (ଜଗନ୍ନାଥ ଧଳ): ଏବେ ପିକ୍‌ନିକ୍‌ ଋତୁ ଆରମ୍ଭ ହୋଇଛି। ଏଥିସହ ଆଗକୁ ବଡ଼ଦିନ ଓ ନୂଆବର୍ଷ ଥିବାରୁ ଭୋଜି ପାଇଁ ଶିକାରୀଙ୍କ ଲୋଲୁପଦୃଷ୍ଟି ଜାତୀୟ...

ପ୍ରବଳ ଶୀତ: ରାଜ୍ୟର ସବୁଠାରୁ ଥଣ୍ଡା ସହର ଜି ଉଦୟଗିରି

ଜି ଉଦୟଗିରି, ୧୫।୧୨( ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ): ଜି ଉଦୟଗିରି ସହର ସମେତ ଆଖ ପାଖ ଅଞ୍ଚଳରେ କ୍ରମାଗତ ୧୦ ଦିନ ହେବ...

ସରକାରଙ୍କ ବଡ଼ ଘୋଷଣା, ବଢ଼ିଲା ଆୟୁର୍ବେଦିକ-ହୋମିଓପାଥିକ୍ କଲେଜ ପିଜି ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ୍‌

ଭୁବନେଶ୍ୱର,୧୫ା୧୨: ବଢ଼ିଲା ଆୟୁର୍ବେଦିକ୍ ଓ ହୋମିଓପାଥିକ୍ କଲେଜ ପିଜି ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ ଆୟୁର୍ବେଦିକ୍ ଓ ହୋମିଓପାଥିକ୍...

ଶାନ୍ତ ପଡ଼ିଲା ମାଲକାନଗିରିରି: ସ୍ବାଭାବିକ ହେଲା ଇଣ୍ଟରନେଟ ସେବା

ମାଲକାନଗିରି,୧୫।୧୨(ଦୁଯ୍ୟୋଧନ ପାତ୍ର): ଶାନ୍ତ ପଡ଼ିଲା ମାଲକାନଗିରିରି। ସ୍ବାଭାବିକ ହେଲା ଇଣ୍ଟରନେଟ ସେବା। ହିଂସାର ୮ ଦିନ ପରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା। ଗତ ସୋମବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri