ଛପର ଫାଡ଼ିଦେଲେ ଭଗବାନ: ଦିନ ମଜୁରିଆରୁ କୋଟିପତି ହେଲେ ଓଡ଼ିଆ ଯୁବକ

କେନ୍ଦୁଝର,୨୮।୩: ସତରେ ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ି ଦିଅନ୍ତି। ରାତା ରାତି ବଦଳି ଯାଏ ଭାଗ୍ୟ। କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅନ୍ତର୍ଗତ ରେଭେନସାପୁର ଗ୍ରାମର ଦିନ ମଜୁରିଆ ଭାବେ କାମ କରୁଥିବା ‘ଗୁରୁଚରଣ ଜାମୁଡା’ ନାମକ ଯୁବକଙ୍କ ଭାଗ୍ୟ ଏପରି ଚମକିଛି।

ଏକ ଥରକେ ସେ ୩ କୋଟି ଟଙ୍କା ଏବଂ ଏକ ମହିନ୍ଦ୍ରା ଥର ଗାଡ଼ି ଜିତିଛନ୍ତି। ଜଣେ ଦିନ ମଜୁରିଆଙ୍କ ଜୀବନରେ ଚମତ୍କାର ଭାବରେ ଏହି ପରିବର୍ତ୍ତନ ଆସିଛି। ଜ୍ୟାକପଟ୍ ବିଷୟରେ ସୂଚନା ପାଇବା ପରେ ତାଙ୍କ ଖୁସିର ସୀମା ସରହଦ ଛୁଇଁଛି।

ରିପୋର୍ଟ ଅନୁସାରେ, ଯୁବକ ଜଣକ ଅନଲାଇନ୍ ବେଟିଂ ଏବଂ ଜୁଆ ଆପ୍ ରେ ମାତ୍ର ୪୯ ଟଙ୍କା ନିବେଶ କରିଥିଲେ। ଏଥିରେ ସେ ଗୋଟିଏ ବର୍ଷରୁ ଅଧିକ ସମୟ ଧରି ଆପ୍ ରେ ଖେଳୁଥିଲେ। ତେବେ ମାର୍ଚ୍ଚ ୨୬ ରେ ମୁମ୍ବାଇ ସ୍ଥିତ ବେଟିଂ ଆପ୍ ରୁ ତାଙ୍କୁ ଏକ କଲ୍ ମିଳିଥିଲା। କିନ୍ତୁ, ସେ କଲ୍ ଉଠାଇ ନଥିଲେ ଏବଂ ପରଦିନ ତାଙ୍କୁ ପୁଣି ଏକ କଲ୍ ମିଳିଥିଲା। ମ୍ୟାନେଜର ତାଙ୍କୁ ଜଣାଇଲେ ଯେ ସେ ୩ କୋଟି ଟଙ୍କା ଏବଂ ଏକ ବିଳାସପୂର୍ଣ୍ଣ ଥାର ଗାଡ଼ି ଜିତିଛନ୍ତି।

ଏହି ଖବର ପାଇ ତାଙ୍କ ପରିବାର ସଦସ୍ୟମାନେ ଖୁସି ହୋଇଯାଇଥିଲେ। ତେବେ ଏହାଠାରୁ ଆହୁରି ବଡ କଥା ହେଉଛି ଯେ ସେମାନେ ଏହି ଟଙ୍କାରେ ସେମାନଙ୍କ ଗାଁର ସମସ୍ୟା ସମାଧାନ କରିବାକୁ ଚାହାଁନ୍ତି। ଏଥିସହିତ ଗୁରୁଚରଣ ତାଙ୍କ ଘର ଜମିରୁ ବିସ୍ଥାପିତ ହୋଇଥିବା ଲୋକଙ୍କ ମଧ୍ୟରୁ ଜଣେ। ତେଣୁ ସେ ଜିତିଥିବା ଟଙ୍କାରେ ନିଜର ଘର ତିଆରି କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଇୱା ପଛରେ ପିଟିଲା ବାଇକ୍‌: ଜଣେ ମୃତ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଲାଞ୍ଜିଗଡ,୩୧ା୩( ରମେଶ ଚନ୍ଦ୍ର ନାୟକ):ଲାଞ୍ଜିଗଡରୁ ମୁନିଗୁଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ବେଦାନ୍ତ କାରଖାନା ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ହାଇୱା ପଛରେ...

ପ୍ରେମ, ପ୍ରତାରଣା, ଧୋକା: ଆଦିବାସୀ ଯୁବତୀ ୮ ମାସର ଗର୍ଭବତୀ, ଯୁବକ…

ପାଟଣା,୩୧ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପ୍ରେମ, ପ୍ରତରଣା ପରେ ଧୋକା ଘଟଣା ସାମ୍‌ନାକୁ ଆସିଛି। ଜଣେ ୧୯ ବର୍ଷୀୟା ଆଦିବାସୀ ଯୁବତୀଙ୍କୁ...

ଭିସୁଟ ଛାତ୍ରୀ ଚିନ୍ମୟୀ ଆତ୍ମହତ୍ୟା ମାମଲା: ପୁରୁଷ ବନ୍ଧୁ ଗିରଫ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ଆତ୍ମହତ୍ୟା ମାମଲାରେ ସୋମବାର ବୁର୍ଲା ପୋଲିସ ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ(୨୭)ଙ୍କୁୁ ଗିରଫ କରଛି।...

JEE MAIN EXAMର ୨ ଦିନ ପୂର୍ବରୁ ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଲେ ଛାତ୍ର

ନୂଆଦିଲ୍ଲୀ, ୩୧।୩:ଆସନ୍ତା ଏପ୍ରିଲ ୨ରେ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌ ହେବାକୁ ଥିବା ବେଳେ ଏହାର ୨ ଦିନ ପୂର୍ବରୁ କୋଟାରେ ଜଣେ ଆଶାୟୀ(୧୮)...

କଠିନ ପରିଶ୍ରମ ଛାତ୍ରୀଛାତ୍ରଙ୍କ ଉନ୍ନତିର ମୂଳମନ୍ତ୍ର

ଲାଞ୍ଜିଗଡ,୧।୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡସ୍ଥିତ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ବାର୍ଷିକୋତ୍ସବ ବେଦାନ୍ତ ଟାଉନସିପ ଅନ୍ତର୍ଗତ ବିଦ୍ୟାଳୟ ପରିସରଠାରେ ଅନୁଷ୍ଠିତ...

ହଳଧର ସାହିତ୍ୟ ଅସ୍ମିତାର ଆବାହକ: ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଲୋକକବିଙ୍କୁ ଶୁଭେଚ୍ଛା

ବରଗଡ,୩୧।୩(ପ୍ରେମାନନ୍ଦ ଖମାରୀ): ପଦ୍ମଶ୍ରୀ ଲୋକକବି ହଳଧର ନାଗଙ୍କ ୭୫ ତମ ଜନ୍ମଦିନ ଅବସରରେ ବରଗଡ଼ରେ ସୋମବାର ତ୍ରିଦିବସୀୟ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହ ଅନୁଷ୍ଠିତ...

ଚା’ ଦୋକାନରୁ ଗଞ୍ଜେଇ ଜବତ, ଜଣେ ଗିରଫ

ଗଞ୍ଜାମ, ୩୧ା୩ (ବିଦ୍ୟାଧର ସାହୁ):ଗଞ୍ଜାମ ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଏକ ଚା’ ଦୋକାନରେ ପୋଲିସ ଚଢ଼ାଉ କରି ଗଞ୍ଜେଇ ଜବତ କରିବା...

Rule Change: ଆଜିଠାରୁ ବଦଳିଯିବ ଏହି ୮ ନିୟମ, ଲୋକଙ୍କ ପକେଟ୍‌ ଉପରେ ପଡ଼ିବ ସିଧାସଳଖ ପ୍ରଭାବ

ନୂଆଦିଲ୍ଲୀ,୧।୪: ଆଜିଠାରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହୋଇଛି। ଏହା ସହିତ ଅନେକ ନୂତନ ନିୟମ କାର୍ଯ୍ୟକାରୀ ହେବ। ପ୍ରତି ମାସର ଶେଷ ପରି, ଏଥର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image