ବର୍ଷକର ହେଲେ ରାହା

ମୁମ୍ବାଇ: ଆଲିଆ ଭଟ୍ଟ ଏବଂ ରଣବୀର କପୁର ହେଉଛନ୍ତି ବଲିଉଡର ମୋଷ୍ଟ ଲଭ୍ଡ କପଲ। ସୋମାବର ଏହି ଦମ୍ପତିଙ୍କ ପାଇଁ ଏକ ବିଶେଷ ଦିନ। କଥାହେଲା ଆଲିଆ ଏବଂ ରଣବୀର କପୁରଙ୍କ ରାଜକୁମାରୀ ରାହାଙ୍କୁ ଆଜି ଏକ ବର୍ଷ ବୟସ ହୋଇଛି। ଆଲିଆ ଏବଂ ରଣବୀରଙ୍କର ସମସ୍ତ ପ୍ରଶଂସକ ତାଙ୍କର ପ୍ରଥମ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ବିଶେଷ ଦିନରେ ‘ଜେଜେମା’ ନିତୁ କପୁର ଏବଂ ଜେଜେମା ସୋନି ରାଜଦାନ ମଧ୍ୟ ନିଜ ଇନଷ୍ଟାଗ୍ରାମ କାହାଣୀରେ ନାତୁଣୀଙ୍କ ପାଇଁ ଏକ ହୃଦୟସ୍ପର୍ଶୀ ନୋଟ ଶେୟାର କରିଛନ୍ତି।
ଜେଜେମା ନିତୁ କପୁର ମଧ୍ୟ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଝିଇ ରାହା କପୁରଙ୍କ ପ୍ରଥମ ଜନ୍ମଦିନରେ ଅତ୍ୟଧିକ ଆନନ୍ଦିତ। ଇନଷ୍ଟା ଷ୍ଟୋରୀରେ ନାତୁଣୀଙ୍କ ପାଇଁ ଏକ ସ୍ବତନ୍ତ୍ର ନୋଟ ମଧ୍ୟ ଲେଖିଛନ୍ତି। ନିତୁ ଲେଖିଛନ୍ତି। …ଏହିପରି ଭାବରେ ସେ ୧ ବର୍ଷ ବୟସର ହୋଇଗଲେ। ମୋର ଅନମୋଲ ଗୁଡିଆ ରାହାଙ୍କୁ ଜନ୍ମଦିନର ଶୁଭେଚ୍ଛା।

Share