ରାହା ମାନେ ଖୁସି: ଆଲିଆ

ମୁମ୍ବାଇ: ଝିଅ ରାହାଙ୍କୁ ନେଇ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଖୁବ୍‌ ରକ୍ଷଣଶୀଳ। ଶନିବାର ଆଲିଆ, ରଣବୀର ଏବଂ ନୀତୁ କପୁର ଗଣମାଧ୍ୟମକୁ ନିଜର ଏକ ସାକ୍ଷାତ୍‌କାର ଦେଇଥିଲେ। ଏ ଅବସରରେ ଖବରଦାତାଙ୍କୁ ଝିଅ ରାହାଙ୍କ ଫଟୋ ନ ଉଠାଇବାକୁ କହିଥିଲେ ଆଲିଆ। ସ୍ବାମୀ ରଣବୀର ମଧ୍ୟ ସମାନ ଅନୁରୋଧ ଗଣମାଧ୍ୟମ ପ୍ରତିନିଧିମାନଙ୍କ ନିକଟରେ ରଖିଥିଲେ। ଝିଅ ରାହାଙ୍କ ନାଁର ମାନେକୁ ନେଇ ଆଲିଆ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ୍‌ ଶେୟାର କରିଛନ୍ତି। ବଙ୍ଗଳା, ସଂସ୍କୃତ ଏବଂ ଆରବିକ୍‌ରେ ରାହାର ଅର୍ଥ କ’ଣ ତାହା ସେ ନିଜ କ୍ୟାପ୍ସନରେ ଲେଖିଛନ୍ତି। ଫଟୋରେ ରଣବୀରଙ୍କ ସହ ଆଲିଆ ଓ ଝିଅ ରାହା ଥିବାବେଳେ ତିନିଜଣଯାକଙ୍କ ମୁହଁ ବ୍ଲୟର ହୋଇଯାଇଛି। ଏହାଛଡ଼ା ରାହାଙ୍କୁ ଦୁଇ ବର୍ଷ ହେବା ପରେ ତାଙ୍କ ଫଟୋ ପବ୍ଲିକ୍‌ କରାଯିବ ବୋଲି ଆଲିଆ କହିଛନ୍ତି। ଗତବର୍ଷ ନଭେମ୍ବର ୬ରେ ଆଲିଆ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ।

Share