ଡିସେମ୍ବରରେ ଆରମ୍ଭ ହେବ ‘ରାହାଗିରି’, ନାଚ ଗୀତରେ କମ୍ପିବ ରାଜଧାନୀର ଶୀତୁଆ ସକାଳ

ଭୁବନେଶ୍ବର,୨୦।୧୧: ଡିସେମ୍ବର ମାସରେ ରାଜଧାନୀ ଭୁବନେଶ୍ୱରକୁ ଫେରିବ ରାହାଗିରି। ପୁଣି ରାଜଧାନୀର ଶୀତୁଆ ସକାଳରେ ପଥଉତ୍ସବ କାର୍ଯ୍ୟକ୍ରମରେ ଝୁମିବେ ଭୁବନେଶ୍ୱରବାସୀ। ଡିସେମ୍ବର ୧୦ ତାରିଖ ଶେଷ ରବିବାର ଓ ଜାନୁଆରୀ ମାସର ଦୁଇଟି ରବିବାର ଏହି ରାହାଗିରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମିଳିଥିବା ସୂଚନା ଅନୁଯାୟୀ ତିନୋଟି ଜୋନରେ ତିନୋଟି ରାହାଗିରି କରାଯିବ।

ରାହାଗିରି କାର୍ଯ୍ୟକ୍ରମ ପାଇଁ ଭୁବନେଶ୍ଵର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ କମିଟି ଗଠନ କରାଯାଇଛି। ଏଥିରେ ପ୍ରତି ଜୋନରୁ ଦୁଇ ଜଣ ଲେଖାଏଁ କର୍ପୋରେଟର ଓ ଆଡିସନାଲ କମିଶନର ସାନିଳ ଅଛନ୍ତି। ରାହାଗିରିରେ କ’ଣ କ’ଣ ସବୁ କରାଯିବ, ତାହା କମିଟି ନିର୍ଦ୍ଧାରଣ କରିବ। ସୋମବାର ବସିଥିବା ବିଏମସି ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ଵର ମେୟର ସୁଲୋଚନା ଦାସ। ତେବେ ଶୀତ ଆରମ୍ଭରୁ ପଥଉତ୍ସବ ‘ରାହାଗିରି’ ରେ ପୁଣି ରଙ୍ଗାରଙ୍ଗା କାର୍ଯ୍ୟକ୍ରମ ସାଙ୍ଗକୁ, ଝୋଟିଚିତା, ସାଂସ୍କୃତିକ କାର୍ଯ୍ୟକ୍ରମ, ବିଭିନ୍ନ ପ୍ରକାରର କ୍ରୀଡାର ମଜାନେବେ ରାଜଧାନୀବାସୀ।

Share