Categories: ଖେଳ

ପୁଣି ବାପା ହେଲେ ରାହାଣେ

ମୁମ୍ବାଇ,୫।୧୦: ଭାରତୀୟ କ୍ରିକେଟ ଦଳର ଖେଳାଳି ଅଜିଙ୍କେ ରାହାଣେଙ୍କ ସ୍ତ୍ରୀ ରାଧିକା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ରାହାଣେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଛନ୍ତି। ରାହାନେ କହିଛନ୍ତି, ରାଧିକା ଏବଂ ତାଙ୍କ ପୁଅ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ସମସ୍ତ ଆଶୀର୍ବାଦ ପାଇଁ ସେ ତାଙ୍କ ପ୍ରଶଂସକଙ୍କୁ ଧନ୍ୟବାଦ ଦେଇଛନ୍ତି। ପୁଅ ଜନ୍ମ ପରେ ରାହାଣେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ପାଇଁ ଏକ ସ୍ବତନ୍ତ୍ର ଚିଠି ମଧ୍ୟ ଶେୟାର କରିଥିଲେ।
ଉଲ୍ଲେଖନୀୟ କଥା ହେଉଛି, ଅଜିଙ୍କେ ରାହାଣେ ସେପ୍ଟେମ୍ବର ୨୦୧୪ରେ ରାଧିକା ଧୋପାଭକରଙ୍କୁ ବିବାହ କରିଥିଲେ। ମରାଠୀ ରୀତିନୀତି ଅନୁଯାୟୀ ଉଭୟଙ୍କ ବିବାହ ସମାପ୍ତ ହୋଇଥିଲା। ରାହାଣେ ଏବଂ ରାଧିକା ପିଲାଦିନର ବନ୍ଧୁ ଅଟନ୍ତି। ୨୦୧୯ରେ ରାଧିକା ଏକ ଝିଅ ଜନ୍ମ ଦେଇଥିଲେ।

 

Share