Categories: ଖେଳ

କୋଲକାତା ଆଗରେ ୨୩୬ ରନ୍‌ର ବିଶାଳ ଟାର୍ଗେଟ୍‌

କୋଲକାତା,୨୩।୪: କୋଲକାତାର ଇଡେନ୍‌ ଗାର୍ଡେନ୍ସରେ ରବିବାର ଖେଳାଯାଇଥିବା ଆଇପିଏଲ୍‌ର ୩୩ତମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ନିର୍ଦ୍ଧରିତ ୨୦ ଓଭରରେ ୪ ଉଇକେଟ ହରାଇ ୨୩୫ ରନ୍‌ କରିଛି। ଫଳରେ କୋଲକାତା ନାଇଟ୍‌ ରାଇଡର୍ସ ଆଗରେ ୨୩୬ ରନ୍‌ର ବିଶାଳ ଟାର୍ଗେଟ୍‌ ରହିଛି ଚେନ୍ନାଇ।

ପ୍ରଥମ ଓଭରରୁ ପ୍ରଭାବ ପ୍ରଦର୍ଶନ କରିଥିଲା ଚେନ୍ନାଇ। ଦୁଇ ଓପନର ଡେଭନ୍‌ କନ୍‌ଓ୍ବେ(୫୬ ରନ୍‌) ଏବଂ ଋତୁରାଜ ଗାଏକ୍ୱାଡ(୩୫ ରନ୍‌) ପ୍ରଥମ ଉଇକେଟରେ ୭୩ ରନ୍‌ ଯୋଡି ଦମ୍‌ଦାର ଇନିଂସ୍‌ ଆରମ୍ଭ କରିଥିଲେ। ଗାଏକ୍ୱାଡଙ୍କ ଆଉଟ୍‌ ପରେ ଅଜିଙ୍କ୍ୟ ରାହାନେ କ୍ରିଜ୍‌କୁ ଆସି ଡେଭନ୍‌ କନ୍‌ଓ୍ବେଙ୍କ ସହିତ ୩ାର୍ଗେଟ୬ାର୍ଗେଟ ରନ୍‌ର ପାଟରନ୍‌ସିପ୍‌ କରିିଥିଲେ। ୪୦ ବଲ୍‌ ଖେଳି ୪ ଚୌକା ଓ ୩ ଛକା ସହ ୫୫ ରନ୍‌ କରି କନ୍‌ଓ୍ବେ ଆଉଟ୍‌ ହୋଇଥିଲେ। ପରେ ଶିବମ୍‌ ଦୁବେ ଏବଂ ରାହାଣେ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଦୁବେ ୨୧ ବଲ୍‌ ଖେଳି ୫୦ ରନ୍‌ କରିଥିବା ବେଳେ ରାହାନେ ୨୯ ବଲରୁ ୭୧ ରନ୍‌ର ବିସ୍ଫୋରକ ପାରି ଖେଳି ଅପରାଜିତ ରହିଥିଲେ। ଦୁବେଙ୍କ ଇନିଂସରେ ୨ ଚୌକା ଓ ୫ ଛକା ସାମିଲ ଥିଲା। ରାହାନେଙ୍କ ଇନିଂସରେ ୬ ଚୌକା ଓ ୫ ଛକା ରହିଥିଲା। ଶେଷ ବେଳକୁ ରବୀନ୍ଦ୍ର ଜାଡେଜା ୮ ବଲ୍‌ରେ ୧୮ ରନ୍‌ କରିଥିଲେ। ଫଳରେ ଚେନ୍ନାଇ ୨୩୫ ରନ୍‌ର ବିଶାଳ ସ୍କୋର କରିବାରେ ସକ୍ଷମ ହୋଇଥିଲା।

Share