Categories: ଖେଳ

ଏମିତି ଉପହାର ଦେଲେ ରାହାନେ, ଯାହାକୁ ସାରା ଜୀବନ ଭୁଲିପାରିବେନି ସିରାଜ୍‌

ମେଲବୋର୍ନ,୨୯।୧୨: ଆୟୋଜକ ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ’ ଟେଷ୍ଟରୁ ସ୍ମରଣୀୟ ଡେବ୍ୟୁ କରିଥିବା ମହମ୍ମଦ ସିରାଜଙ୍କୁ ଚତୁର୍ଥ ଦିନରେ ଅଧିତ୍ନାୟକ ଅଜିଙ୍କେ ରାହାନେ ଉପହାର ଦେଇଥିଲେ, ଯାହାକୁ ସେ ଆଜୀବନ ଭୁଲି ପାରିବେ ନାହିଁ। ସିରାଜ ବକ୍ସିଂ ଡେ ଟେଷ୍ଟରେ ମୋଟ ୫ ଉଇକେଟ ନେଇ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ। ତାଙ୍କର ଚମତ୍କାର ପ୍ରଦର୍ଶନ ରାହାନେଙ୍କୁ ଅଧିକ ସ୍ମରଣୀୟ କରିପାରିଥିଲେ ଏବଂ ପଡ଼ିଆକୁ ଯିବାବେଳେ ତାଙ୍କୁ ଦଳର ନେତୃତ୍ୱ ନେବାର ସୁଯୋଗ ଦେଇଥିଲେ। ଚତୁର୍ଥ ଦିନରେ ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସ ପରେ ଦଳ ପଡ଼ିଆରୁ ବାହାରକୁ ଯାଉଥିବାବେଳେ ସିରାଜ ଦଳର ନେତୃତ୍ୱ ନେଇ ଆଗରେ ଯାଇଥିଲେ। ଏହାପରେ ଦଳର ସବୁ ଖେଳାଳି ଯାଇଥିଲେ।
ଅଷ୍ଟ୍ରେଲିଆ ଗସ୍ତରେ ଦଳ ସହ ଥିବାରୁ ଶେଷ ଥର ପାଇଁ ତାଙ୍କ ପିତାଙ୍କ ମୃତ୍ୟୁ ପରେ ତାଙ୍କ ଶେଷଦର୍ଶନ କରିପାରି ନ ଥିଲେ ସିରାଜ୍‌। ସିରାଜ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍‌ରେରେ ଚମତ୍କାର ପ୍ରଦର୍ଶନ କରି ନିଜର ସ୍ବପ୍ନକୁ ପୂରଣ କରିଥିବାବେଳେ ରାହାନେ ମଧ୍ୟ ତାଙ୍କୁ ସମ୍ମାନ ଜଣାଇବା ପାଇଁ କୌଣସି ସୁଯୋଗ ହାତଛଡା କରି ନ ଥିଲେ। ସିରାଜ ପ୍ରଥମ ଇନିଂସରେ ୪୦ ରନ ଦେଇ ୨ଟି ଉଇକେଟ ନେଇଥିବାବେଳେ ଦ୍ୱିତୀୟ ଇନିଂସରେ ସେ ୩୭ ରନ ପାଇଁ ୩ଟି ଉଇକେଟ ନେଇଥିଲେ।

 

Share