ନୂଆଦିଲ୍ଲୀ,୧୬।୧୨: ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ହାଇଭୋଲ୍ଟେଜ ସିରିଜ। ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ ମ୍ୟାଚ୍ରେ ଦଳ ଭଲ ପ୍ରଦର୍ଶନ କରିଥିଲା। ଏଣୁ ଟେଷ୍ଟରେ ଦଳ ଟି୨୦ ଭଳି ଚମତ୍କାର ପ୍ରଦର୍ଶନ କରିପାରେ ବୋଲି ପ୍ରଶଂସକ ଆଶା ରଖିଛନ୍ତି।
ତେବେ ଟିମ୍ର ଉପଅଧିନାୟକ ଅଜିଙ୍କ୍ୟ ରାହାଣେ ପ୍ରଥମ ଟେଷ୍ଟ ପୂର୍ବରୁ ଭର୍ଚୁଆଲ ପ୍ରେସ୍ କନ୍ଫରେନ୍ସରେ କୋହଲିଙ୍କ ଅନୁପସ୍ଥିତିକୁ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଁ ବର୍ତ୍ତମାନରେ ବିଶ୍ୱାସ କରେ। ଏବେ ବିରାଟ ଆମର ଅଧିନାୟକ। ଏହି ଟେଷ୍ଟରେ ମୋତେ ନିଜର ଶ୍ରେଷ୍ଠ ଦେଇ ବିରାଟଙ୍କ ସହାୟତା କରିବାକୁ ହେବ। ଏହାପରେ ଆମେ ନିଜ ଯୋଜନା ଉପରେ ଚର୍ଚ୍ଚା କରିବୁ ବୋଲି ସେ କହିଛନ୍ତି।
କହିରଖୁଛୁ, ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ସିରିଜଠାରୁ ଅନୁପସ୍ଥିତ ରହିବେ ବିରାଟ। ଅନୁଷ୍କା ମା’ ହେବାକୁ ଯାଉଥିବାରୁ ସେ ସ୍ତ୍ରୀଙ୍କ ସହ ସମୟ ବିତାଇବେ। ଏଣୁ ଦ୍ୱିତୀୟ ଟେଷ୍ଟରେ ରାହାଣେ ଅଧିନାୟକ ପଦ ସମ୍ଭାଳିପାରନ୍ତି। ଏବେ ସେ ଅଧିନାୟକ ହୋଇନାହାନ୍ତି ହେଲେ ଅଷ୍ଟ୍ରେଲିଆ ଗଣମାଧ୍ୟମ ତାଙ୍କୁ ଲଗାତାର ପ୍ରଶ୍ନ କରୁଛି। ସେ କୌଣସି ପ୍ରକାର ବିବାଦ ଉପୁଜାଇବାକୁ ଚାହୁଁନାହାନ୍ତି। ଏଣୁ ସେ ଏଭଳି ଉତ୍ତର ଦେଇ ସମସ୍ତଙ୍କ ମୁହଁ ବନ୍ଦ କରିଦେଇଛନ୍ତି।