Posted inଖେଳ

ଐତିହାସିକ ମୁଲାଗ ପଦକ ଜିତିଲେ ରାହାନେ, ଏହା ପଛରେ ରହିଛି ୧୫୨ ବର୍ଷର ଇତିହାସ

ମେଲବୋର୍ନ,୨୯।୧୨: କାମଚଳା ଅଧିନାୟକ ଅଜିଙ୍କେ ରାହାନେଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ବକ୍ସିଂ ଡେ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ୮ ଉଇକେଟରେ ପରାସ୍ତ କରିଛି। ପ୍ରଥମ ଇନିଂସରେ ଶତକ ହାସଲ କରି ରାହାନେ ମ୍ୟାନ୍‌ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ତାଙ୍କୁ ଐତିହାସିକ ମୁଲାଗ ପଦକ ଦେଇ ଅଷ୍ଟ୍ରେଲିଆ କ୍ରିକେଟ୍‌ ବୋର୍ଡ ସମ୍ମାନିତ କରିଥିଲା। ଦ୍ୱିତୀୟ ଟେଷ୍ଟ ମ୍ୟାଚ ଆରମ୍ଭ ପୂର୍ବରୁ ମଧ୍ୟ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ମୁଲାଗ ପଦକ ପ୍ରଦାନ କରାଯିବ ବୋଲି ବୋର୍ଡ ଘୋଷଣା କରିଥିଲା। ପ୍ରଥମ ଇନିଂସରେ ରାହାନେ ୧୧୨ ରନ ସଂଗ୍ରହ କରିଥିବାବେଳେ ଦ୍ୱିତୀୟ ଇନିଂସରେ ସେ ୨୭ ରନରେ ଅପରାଜିତ ରହିଥିଲେ। ଭାରତୀୟ ବୋଲରମାନେ ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସକୁ ୨୦୦ରନରେ ସୀମିତ ରଖିଥିଲେ। ଭାରତ ଜିତିବା ପାଇଁ ୭୦ ରନର ଲକ୍ଷ୍ୟ ପାଇଥିଲା, ଯାହା ସହଜରେ ହାସଲ କରିଥିଲା ଦଳ। ଏହି ବିଜୟ ସହିତ ଦଳ ଚାରି ମ୍ୟାଚ ବିଶିଷ୍ଟ ସିରିଜରେ ୧-୧ ଟି ବରାବର ହୋଇଛି।

ଜନି ମୁଲାଗ ବିଦେଶ ଗସ୍ତରେ ଯାଇଥିବା ଅଷ୍ଟ୍ରେଲୀୟ ଦଳର ପ୍ରଥମ ଅଧିନାୟକ ଥିଲେ। ୧୮୬୮ ମସିହାରେ ମୁଲାଗଙ୍କ ନେତୃତ୍ୱରେ ଦଳ ଇଂଲଣ୍ଡ ଗସ୍ତ କରିଥିଲା। ମୁଲାଗ ଜଣେ ଅଲରାଉଣ୍ଡର ଥିଲେ। ମୁଲାଗଙ୍କ ପ୍ରକୃତ ନାମ ଉନାରିମିନ ଥିଲା ଏବଂ ସେ ୧୮୬୮ରେ ସ୍ଥାନୀୟ ଦଳର ନେତୃତ୍ୱ ନେଇଥିଲେ। ଏହି ଗସ୍ତରେ ସେ ୪୭ଟି ମଧ୍ୟରୁ ୪୫ଟି ମ୍ୟାଚ ଖେଳିଥିଲେ ଏବଂ ହାରାହାରି ୨୩ଟି ଇନିଂସରେ ୧୬୯୮ ରନ ସ୍କୋର କରିଥିଲେ। ଏଥି ସହିତ ସେ ୧୮୭୭ ଓଭର ବୋଲିଂ ମଧ୍ୟ କରିଥିଲେ। ସେଥିମଧ୍ୟରୁ ସେ ୮୩୧ ଓଭର ବୋଲିଂ କରିଥିଲେ। ସେ ହାରାହାରି ୧୦ ରେ ୨୫୭ ଉଇକେଟ ନେଇଥିଲେ। ତାଙ୍କ କ୍ୟାରିୟରରେ ସେ ଉଇକେଟ କିପର ଦାୟିତ୍ୱ ତୁଲାଇ ୪ଟି ଷ୍ଟମ୍ପିଂ କରିଥିଲେ। ମୁଲାଗ ୧୮୬୬ମସିହାରେ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ ମଧ୍ୟ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫାଇନାଲ୍‌ରେ ଟିମ୍‌ ଇଣ୍ଡିଆ, ଘରକୁ ଫେରିବ କଙ୍ଗାରୁ ଟିମ୍‌

ଦୁବାଇ,୪।୩: ଫାଇନାଲକୁ ଗଲା ଟିମ୍‌ ଇଣ୍ଡିଆ। ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ମୁକାବିଲାରେ ମଙ୍ଗଳବାର ଅଷ୍ଟ୍ରେଲିଆ ସହ ମୁହାଁମୁହିଁ ହୋଇଥିଲା ଟିମ୍‌। ଦଳ ଅଷ୍ଟ୍ରେଲିଆକୁ ୪ ଉଇକେଟରେ...

ଚାମ୍ପିଅନ୍ସ ଟ୍ରଫିର ନୂଆ ‘କିଙ୍ଗ୍‌’ କୋହଲି

ଦୁବାଇ,୪।୩: ୨୦୨୫ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ମ୍ୟାଚ୍‌ରେ ବିରାଟ କୋହଲି ଏକ ବଡ଼ ସଫଳତା ହାସଲ କରିଛନ୍ତି। ସେ ଏବେ ଏହି ଟୁର୍ନାମେଣ୍ଟରେ ସର୍ବାଧିକ ରନ...

ହଠାତ୍‌ ଟିମ୍‌ ଇଣ୍ଡିଆ ଡ୍ରେସିଂ ରୁମ୍‌ରେ ଗାଳି ଦେବାକୁ ଲାଗିଲେ ଗମ୍ଭୀର, ସେମିଫାଇନାଲରେ କ’ଣ ଏମିତି ହେଲା?

ଦୁବାଇ,୪।୩: ଦୁବାଇର ଗ୍ରାଉଣ୍ଡରେ ଟିମ୍‌ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ଜାରି ରହିଛି। ଉଭୟ ଦଳ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ପ୍ରବେଶ କରିବାକୁ ଚାହୁଁଥିବାରୁ...

IPL ପୂର୍ବରୁ କଠୋର ହେଲା BCCI,  ଖେଳାଳି ଏବଂ ଦଳ ପାଇଁ ୬ ଜିନିଷକୁ କଲା ବ୍ୟାନ୍‌ 

ନୂଆଦିଲ୍ଲୀ,୪।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଶେଷ ହେବା ପରେ, ସମସ୍ତଙ୍କ ନଜର IPLର ନୂତନ ସିଜିନ ଉପରେ ରହିବ। ଖେଳାଳିମାନେ ବର୍ତ୍ତମାନ ଚାମ୍ପିଅନ୍ସ ଟ୍ରଫିରେ ବ୍ୟସ୍ତ...

IND vs AUS: ଅଷ୍ଟ୍ରେଲିଆକୁ ଅଲଆଉଟ୍‌ କରିଦେଲା ଟିମ୍‌ ଇଣ୍ଡିଆ; ଫାଇନାଲ ଲାଗି ମିଳିଲା ଏତିକି ରନ୍‌ର ଟାର୍ଗେଟ୍‌

ଦୁବାଇ,୪।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ସେମିଫାଇନାଲ ମଙ୍ଗଳବାର ଖେଳାଯାଉଛି। ଏଥିରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ଭାରତକୁ ୨୬୫ ରନ୍‌ର...

ହଠାତ୍‌ ଜାଡେଜାଙ୍କଠାରୁ କାଢ଼ି ନିଆଗଲା ଏହି ଜିନିଷ, ସ୍ମିଥ୍‌ଙ୍କ ଅଭିଯୋଗ ପରେ ବନ୍ଦ ରହିଲା ମ୍ୟାଚ୍‌

ଦୁବାଇ,୪।୩: ଦୁବାଇ ଗ୍ରାଉଣ୍ଡରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସେମିଫାଇନାଲ ମୁକାବିଲା ଖେଳାଯାଉଛି। ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚରେ ଭାରତୀୟ ଦଳର ବୋଲର ଏବଂ...

ଭାରତୀୟ ସିନେମାରେ ଓ୍ବାର୍ନରଙ୍କ ଏଣ୍ଟ୍ରି, ଦିନକୁ ଚାର୍ଜ କୋଟିଏ; ସଲମାନଙ୍କ ସହ ହେବ ବଡ଼ ଲଢ଼େଇ…

ନୂଆଦିଲ୍ଲୀ,୪।୩: ଅଷ୍ଟ୍ରେଲିୟ ଭେଟେରାନ କ୍ରିକେଟର ଡେଭିଡ୍‌ ଓ୍ବାର୍ନର ଭାରତୀୟ ପ୍ରଶଂସକଙ୍କୁ ବଡ଼ ସରପ୍ରାଇଜ ଦେଇଛନ୍ତି। ସେ ପ୍ରଥମରୁ ଦକ୍ଷିଣ ଭାରତୀୟ ସିନେମାକୁ ପସନ୍ଦ କରି ଆସିଛନ୍ତି।...

ବାବର ଆଜମ ଦଳରୁ ବିଦା, ରିଜଓ୍ବାନଙ୍କ ପଦ ଗଲା: ପାକିସ୍ତାନ କ୍ରିକେଟ୍‌ରେ ବଡ଼ ପରିବର୍ତ୍ତନ

ଇସଲାମାବାଦ୍‌,୪।୩: ନିଜସ୍ବ ଆୟୋଜକ ଦଳ ଅଧୀନରେ ଖେଳାଯାଉଥିବା ଚାମ୍ପିଅନ୍ସ ଟ୍ରଫିରେ ଶୋଚନୀୟ ପରାଜୟ ପରେ ପାକିସ୍ତାନ କ୍ରିକେଟରେ ଏକ ବଡ଼ ପରିବର୍ତ୍ତନ ଦେଖାଦେଇଛି। ଏହି ଟୁର୍ନାମେଣ୍ଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image