କଣ୍ଟେନମେଣ୍ଟ ଜୋନରେ ରହଣିଆ ପଞ୍ଚାୟତ

ଭଣ୍ଡାରିପୋଖରୀ, ୭ା୮(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ରାଣିଗାଡ଼ିଆ ଗ୍ରାମରୁ ତିନି ଦିନ ପୂର୍ବେ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ଥାନୀୟ ସରପଞ୍ଚ ଅଲିଭା ନାୟକ ଉକ୍ତ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିଲେ। ବୁଧବାର ଅକ୍ରାନ୍ତଙ୍କ ପରିବାର ସଦସ୍ୟଙ୍କ ଆଣ୍ଟିଜେନ ଟେଷ୍ଟ କରିବା ପରେ ପରିବାରରୁ ୭ଜଣ ଆକ୍ରାନ୍ତ ହୋଇଥିବା ରିପୋର୍ଟ ଆସିଥିଲା। ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି କରୋନା ଯୋଦ୍ଧା ନୋଡାଲ ଅଫିସର। ସେ ରହଣିଆ, କୁରିଗାଁ ଓ ଷୋଳମପୁର ପଞ୍ଚାୟତର ନୋଡାଲ ଅଫିସର ଥିଲେ। ରିପୋର୍ଟ ଆସିବା ପରେ ୭ଜଣ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଫଳରେ ଗ୍ରାମରେ ଥିବା କଣ୍ଟେନମେଣ୍ଟ ଜୋନ ଅବଧିକୁ ବୃଦ୍ଧି କରାଯାଇଥିବା ସରପଞ୍ଚ କହିଛନ୍ତି।

Share