କାନାଡାରେ ରେହମାନଙ୍କୁ ସମ୍ମାନ: ଗାୟକଙ୍କ ନାମରେ ରଖାଗଲା ଏକ ରାସ୍ତାର ନାମ…

ବମ୍ବେ: ଖ୍ୟାତନାମା ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ଏଆର୍‌ ରେହମାନଙ୍କ ନାଁ ଦେଶବିଦେଶରେ କାହିଁରେ କେତେ। ଏଇଥିପାଇଁ ତାଙ୍କୁ ଅନେକ ସମ୍ମାନରେ ସମ୍ମାନିତ କରାଯାଇଥାଏ। ଏବେ ରେହମାନଙ୍କୁ ସମ୍ମାନିତ କରିବା ଲାଗି କାନାଡ଼ା ବଡ଼ ନିଷ୍ପତ୍ତି ନେଇଛି। କାନାଡାର ଆଉ ଏକ ସଡ଼କର ନାମ ରେହମାନଙ୍କ ନାମରେ ରଖାଯାଇଛି। ମରଖମ ସହରର ଏକ ରାସ୍ତାର ନାଁକୁ ବଦଳାଯାଇ ଏଆର୍‌ ରେହମାନ କରାଯାଇଛି।

ନିକଟରେ ରେହମାନଙ୍କୁ କାନାଡ଼ା ସରକାର ସମ୍ମାନିତ କରିଥିଲେ। ଏନେଇ ଗାୟକ ନିଜେ ସୋସିଆଲ ମିଡିଆ ଜରିଆରେ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି। କାନାଡ଼ାର ଏକ ରାସ୍ତାର ନାମ ତାଙ୍କ ନାଁରେ ରଖିଥିବାରୁ ସେ କାନାଡ଼ାର ମେୟର ଏବଂ ସେଠାକାର ବାସିନ୍ଦାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

କହିରଖୁଛୁ, ବର୍ତ୍ତମାନ ରେହମାନ ଫିଲ୍ମ ‘କୋବ୍ରା’ରେ କାମ କରୁଛନ୍ତି। ଅଗଷ୍ଟ ୩୧ରେ ଏହା ରିଲିଜ ହେବ। ଏହାପରେ ସେ ମଣିରତ୍ନମର ‘ପୋନ୍ନିୟିନ ସେଲବନ’ରେ ବ୍ୟସ୍ତ ରହିବେ। ଏଥିସହ ସେ ନିଜର ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ପ୍ରଥମ ଚଳଚ୍ଚିତ୍ର ‘ମସ୍କ’ରେ ମଧ୍ୟ କାମ କରୁଛନ୍ତି।

Share