Posted inଖେଳ

ଡେବ୍ୟୁ ମ୍ୟାଚ୍‌ରେ ସିଦ୍ଧୁଙ୍କ ୩୩ ବର୍ଷର ରେକର୍ଡ ଭାଙ୍ଗିଲେ ଏହି ଯୁବ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୨୨।୧: ଆବୁଧାବିରେ ଆୟରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ କମାଲ କରିଦେଖାଇଛନ୍ତି ଯୁବ ଓପନର ରହମାନୁଲ୍ଲାହ ଗୁରବାଜ୍‌। ଆଫଗାନିସ୍ତାନର ଏହି ୧୯ ବର୍ଷୀୟ କ୍ରିକେଟର ଗୁରୁବାର କ୍ୟାରିୟରର ପ୍ରଥମ ମ୍ୟାଚ୍‌ ଖେଳୁଥିଲେ। ଏଥିରେ ଧୂଆଁଧାର ବ୍ୟାଟିଂ ସହ ଶତକ ମାରି ସେ ଭାରତର ପୂର୍ବ ବ୍ୟାଟ୍ସମ୍ୟାନ୍‌ ନବଜୋତ ସିଂହ ସିଦ୍ଧୁଙ୍କ ୩୩ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ଗୁରବାଜ ନିଜର ଡେବ୍ୟୁ ମ୍ୟାଚ୍‌ରେ ୧୨୭ ବଲ୍‌ ଖେଳି ୧୨୭ ରନ୍‌ କରିଥିଲେ। ଏଥିରେ ୮ ଚଉକା ଏବଂ ୯ ଛକା ସାମିଲ ଅଛି।

ସିଦ୍ଧୁ ୧୯୮୭ରେ କ୍ରିକେଟ ବିଶ୍ୱକପ୍‌ରେ ଡେବ୍ୟୁ କରିଥିଲେ। ପ୍ରଥମ ଦିନିକିଆ ମ୍ୟାଚ୍‌ରେ ୫ ଛକା ମାରି ଦର୍ଶକଙ୍କ ହୃଦୟ ଜିଣିଥିଲେ। ଗତ ୩୩ ବର୍ଷ ଧରି କୌଣସି ବ୍ୟାଟ୍ସମ୍ୟାନ୍‌ ଡେବ୍ୟୁ ମ୍ୟାଚ୍‌ରେ ଏଭଳି କାରନାମା କରିପାରି ନ ଥିଲେ। ହେଲେ ଗୁରବାଜ୍‌ ତାହା କରିଦେଖାଇଛନ୍ତି।

ଡେବ୍ୟୁ ମ୍ୟାଚ୍‌ରେ ସିଦ୍ଧୁ ୬୯ ବଲ୍‌ରେ ୭୩ ରନ୍‌ କରିଥିଲେ। ବିଶ୍ୱକପ୍‌ ମ୍ୟାଚ୍‌ ଥିବା ଯୋଗୁ ଏହି ପାଳିକୁ ଶ୍ରେଷ୍ଠ ଭାବେ ବିବେଚନା କରାଯାଇଥିଲା। ସେ ନିଜର ପାଳିରେ ୫ ଛକା ଏବଂ ୪ ଚଉକା ମାରିଥିଲେ। ଭାରତ ୧ରନ୍‌ରେ ଏହି ମ୍ୟାଚ୍‌ ହାରିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇର ପରାଜୟ ଧାରା ଜାରି

ଚେନ୍ନାଇ,୨୩ା୩: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ୪ ଉଇକେଟରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ପରାସ୍ତ...

ସମାଲୋଚନା କଲେ ଓ୍ବାର୍ନର: ଜବାବ ରଖିଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୩ା୩: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡେଭିଡ ଓ୍ବାର୍ନର ଶନିବାର ଏୟାର ଇଣ୍ଡିଆକୁ ସୋସିଆଲ ମିଡିଆ ଜରିଆରେ ସମାଲୋଚନା କରିଛନ୍ତି। ପାଇଲଟ ନ ଥିବା ବିମାନରେ ଆମକୁ...

ବିଶାଳ ବିଜୟ ସହିତ ସିଜିନ ଆରମ୍ଭ କଲା ସନରାଇଜର୍ସ ହାଇଦ୍ରାବାଦ

ହାଇଦ୍ରାବାଦ,୨୩ା୩: ସ୍ଥାନୀୟ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ରବିବାର ଅପରାହ୍ନରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ବିପକ୍ଷରେ ଖେଳାଯାଇଥିବା ହାଇ ସ୍କୋରିଂ ଆଇପିଏଲ୍‌ ମ୍ୟାଚକୁ ସନରାଇଜର୍ସ ହାଇଦ୍ରାବାଦ...

IPL 2025 Ishan Kishan: ସନରାଇଜର୍ସ ପାଇଁ ଡେବ୍ୟୁ ମ୍ୟାଚ୍‌ରେ ଇଶାନ କିଶନଙ୍କ ବିସ୍ଫୋରକ ଇନିଂସ, ହାସଲ କଲେ ଐତିହାସିକ ଶତକ

ନୂଆଦିଲ୍ଲୀ,୨୩।୩: ଭାରତୀୟ ଦଳର ଷ୍ଟାର ଉଇକେଟ କିପର ବ୍ୟାଟର ଈଶାନ କିଷାନ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ୨୦୨୫ ସିଜିନ୍ ଆରମ୍ଭରୁ ଧମାଲ ମଚାଇ ଦେଇଛନ୍ତି। ଚଳିତ...

IPL ଇତିହାସର ସବୁଠାରୁ ମହଙ୍ଗା ସ୍ପେଲ୍, ଜୋଫ୍ରା ଆର୍ଚରଙ୍କ ନାମରେ ଯୋଡି ହେଲା ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୩।୩: ରାଜସ୍ଥାନ ରୟାଲ୍ସ ବୋଲର ଜୋଫ୍ରା ଆର୍ଚରଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି ହୋଇଛି। ସେ ଆଇପିଏଲ ଇତିହାସରେ ସବୁଠାରୁ ମହଙ୍ଗା ସ୍ପେଲ ବୋଲିଂ...

IPL 2025: ଇଶାନଙ୍କ ଦ୍ରୁତ ଶତକ ସୃଷ୍ଟି କଲା ନୂଆ ରେକର୍ଡ, ରାଜସ୍ଥାନ ଆଗରେ ୨୮୭ ରନର ଟାର୍ଗେଟ ଦେଲା ହାଇଦ୍ରାବାଦ

ନୂଆଦିଲ୍ଲୀ,୨୩।୩: ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୫ ର ମ୍ୟାଚ୍ ନମ୍ବର-୨ ରେ, ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ) ଏବଂ ରାଜସ୍ଥାନ ରୟାଲ୍ସ (ଆରଆର) ମଧ୍ୟରେ...

IPL ଆରମ୍ଭରୁ ବଦଳିଗଲା ଏହି ଟିମ୍‌, ହଠାତ କରାଗଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୨୩।୩: ଆଇପିଏଲ ୨୦୨୫ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇଛି। ସିଜିନରେ ଏପର୍ଯ୍ୟନ୍ତ କେବଳ ଗୋଟିଏ ମ୍ୟାଚ ଖେଳାଯାଇଥିବା ବେଳେ ଗୋଟିଏ ଦଳ ଏହାର ସ୍କ୍ବାର୍ଡରେ ପରିବର୍ତ୍ତନ...

ସନ୍ନ୍ୟାସକୁ ନେଇ ଏମ୍‌ଏସ୍‌ ଧୋନୀଙ୍କ ବଡ଼ ଘୋଷଣା, କହିଲେ…

ନୂଆଦିଲ୍ଲୀ,୨୩।୩: ପ୍ରତିବର୍ଷ କ୍ରିକେଟପ୍ରେମୀମାନେ ଆଇପିଏଲ୍‌କୁ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ଏହାର ସବୁଠାରୁ ବଡ଼ କାରଣ ମଧ୍ୟ ହେଉଛନ୍ତି ଏମ୍‌ଏସ୍‌ ଧୋନୀ। ସେ ୨୦୨୦ ମସିହାରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image