Categories: ଜାତୀୟ

ରାହୁଲ-ଆଦାନୀ ପ୍ରସଙ୍ଗ ନେଇ ସଂସଦରେ ପ୍ରବଳ ହଟ୍ଟଗୋଳ: ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ…

ନୂଆଦିଲ୍ଲୀ,୧୬।୩ : ସଂସଦର ଉଭୟ ଗୃହ ଲୋକସଭା ଓ ରାଜ୍ୟସଭାରେ କ୍ରମାଗତ ଚତୁର୍ଥ ଦିନ ପାଇଁ ପ୍ରକ୍ରିୟା ସ୍ଥଗିତ ରଖାଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲଣ୍ଡନରେ ଦେଇଥିବା ବିବୃତ୍ତି ପାଇଁ କ୍ଷମା ମାଗିବା ଉପରେ କେନ୍ଦ୍ର ସରକାର ଜିଦ ଧରିଥିବାବେଳେ ଆଦାନୀ ମାମଲାରେ ହିଣ୍ଡନବର୍ଗ ରିପୋର୍ଟ ପ୍ରକାଶକୁ ନେଇ ବିରୋଧୀ ଦଳ ଭାଜପାକୁ ଘେରିବା ଜାରି ରଖିଛନ୍ତି।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁରୁବାର ତାଙ୍କ ମନ୍ତ୍ରୀଙ୍କ ସହ ସଂସଦ ଭବନରେ ଏକ ବୈଠକ କରିଥିଲେ। ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଆଇନ ମନ୍ତ୍ରୀ କିରେନ ରିଜିଜୁ, ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ, କ୍ରୀଡ଼ା-ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏବଂ ପ୍ରହ୍ଲାଦ ଯୋଶୀ ଉପସ୍ଥିତ ଥିଲେ।

ସଂସଦର ଉଭୟ ଗୃହ ଲୋକସଭା ଓ ରାଜ୍ୟସଭାରେ କ୍ରମାଗତ ଚତୁର୍ଥ ଦିନ ପାଇଁ ପ୍ରବଳ ହଟ୍ଟଗୋଳ ଯୋଗୁ ସାଧାରଣ ପ୍ରକ୍ରିୟା ସମ୍ଭବ ହୋଇ ପାରି ନ ଥିଲା। ତେଣୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଉଭୟ ଗୃହକୁ ମୁଲତବୀ ରଖାଯାଇଛି।

Share