Categories: ଜାତୀୟ

ହାଥରସ ଗଣବଳାତ୍କାର ପୀଡିତାଙ୍କ ପରିବାରକୁ ଭେଟିଲେ ରାହୁଲ, ପ୍ରିୟଙ୍କା

ଲକ୍ଷ୍ନୌ,୩।୧୦-ଉତ୍ତରପ୍ରଦେଶ ହାଥରସ ଗଣବଳାତ୍କାର ପୀଡିତାଙ୍କ ପରିବାରକୁ ଶନିବାର  କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭେଟିଛନ୍ତି। ଦୀର୍ଘ ୧୬୫ କି.ମି ସଡକ ପଥରେ ଯାତ୍ରା କରିବା ପରେ ରାହୁଲ ସେଠାରେ ପହଞ୍ଚିଥିଲେ। ଏହାପରେ ପୀଡିତାଙ୍କ ପରିବାର ଲୋକଙ୍କ ସହ ରାହୁଲ କିଛି ସମୟ କଥାବର୍ତ୍ତା କରିଥିଲେ। ଏହି ଅବସରରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏବଂ ଅନ୍ୟ କିଛି ସହଯୋଗୀ ରାହୁଲଙ୍କ ସହ ଉପସ୍ଥିତ ଥିଲେ। ରାହୁଲ ପୀଡିତାଙ୍କ ପରିବାରବର୍ଗକୁ ଭେଟିବା ସମୟରେ ଉତ୍ତରପ୍ରଦେଶ ପୋଲିସ ପକ୍ଷରୁ ଘର ଚାରି ପଟେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Share