ଗରିବ ମହିଳା, ବେକାରୀଙ୍କ ପାଇଁ ମାସକୁ ୮୫୦୦ ଟଙ୍କା ଘୋଷଣା କଲେ ରାହୁଲ

ବଲାଙ୍ଗୀର,୧୫ା୫(ସୁନୀଲ ମହାନ୍ତି): ଯେଉଁ ସମ୍ବିଧାନ ଦେଶର ଅଗଣିତ ଚାଷୀ, ଗରିବ, ଖଟିଖିଆ, ମଜଦୂର, ମହିଳା, ଯୁବକ, ଯୁବତୀଙ୍କୁ ବଞ୍ଚିବାର ଅଧିକାର ଦେଇଛି, ସେଇ ସମ୍ବିଧାନକୁ ଭାଜପା ଫାଡ଼ି ଦେବ ବୋଲି ଘୋଷଣା କରିଛି। ଭାରତର ଜନସାଧାରଣ ଓ କଂଗ୍ରେସ ଥିବା ଯାଏ କେହି ବି ଭାରତୀୟ ସମ୍ବିଧାନକୁ ନଷ୍ଟ କରିପାରିବେ ନାହିଁ ବୋଲି ଲୋକପ୍ରିୟ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ବଲାଙ୍ଗୀର ଗସ୍ତରେ ଆସି ଚେତାବନୀ ଶୁଣାଇଛନ୍ତି। ବଲାଙ୍ଗୀର କୋଶଳ କଳାମଣ୍ଡଳ ପଡ଼ିଆରେ ଆୟୋଜିତ ଜନ ଆଶୀର୍ବାଦ ସଭାରେ ରାହୁଲ ଗାନ୍ଧୀ କହିଥିଲେ, କଂଗ୍ରେସ ସରକାର କଲେ ପ୍ରତ୍ୟେକ ଗରିବ ପରିବାରର ମହିଳାଙ୍କୁ ଓ ବେକାରୀ ଗ୍ରାଜୁଏଟଙ୍କୁ ମାସିକ ୮୫୦୦ ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ। ସଭାରେ ବଲାଙ୍ଗୀର ଲୋକ ସଭା ପ୍ରାର୍ଥୀ, ସମସ୍ତ ୭ଟି ବିଧାନସଭା ପ୍ରାର୍ଥୀ, ପିସିସି ସଭାପତି ଶରତ ପଟ୍ଟନାୟକ, ରାଜ୍ୟ ପ୍ରଭାରୀ ଅଜୟ କୁମାର, ବିଧାୟକ ନରସିଂହ ମିଶ୍ର, ଭକ୍ତ ଦାସ, ତାରା ପ୍ରସାଦ ବାହିନୀପତି, ସପ୍ତଗିରି ଉଲାକା ଓ ଅନ୍ୟ ବରିଷ୍ଠ କଂଗ୍ରେସ ନେତା ଉପସ୍ଥିତ ଥିଲେ। ଏହି ସଭ୍ୟ ପୂର୍ବରୁ ବଲାଙ୍ଗୀର ମନୋହରପୁର ହେଲିପ୍ୟାଡ୍‌ରୁ ମୋଟରସାଇକେଲରେ କୋଶଳ କଳାମଣ୍ଡଳ ପର୍ଯ୍ୟନ୍ତ ବିଶାଳ ରୋଡ୍‌ ଶୋ’ କରିଥିଲେ। ସଭାରେ ହଜାର ହଜାର ସମର୍ଥକ ସାମିଲ ହୋଇଥିଲେ।

Share