Categories: ଜାତୀୟ

ମୋଦି ସରନେମ୍‌ ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହେଲେ ରାହୁଲ…

ନୂଆଦିଲ୍ଲୀ,୧୫।୭ : ମୋଦି ସରନେମ୍‌ ମନ୍ତବ୍ୟ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ୨ ବର୍ଷ ଦଣ୍ଡ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ଦଣ୍ଡାଦେଶ ଉପରେ ରୋକ ଲଗାଇବା ପାଇଁ କଂଗ୍ରେସ ନେତା ଶନିବାର ସର୍ବୋଚ୍ଚ କୋର୍ଟରେ ଆବେଦନ କରିଛନ୍ତି।

ଜୁଲାଇ ୧୭ରେ ଏହି ମାମଲା ସର୍ବୋଚ୍ଚ ନ୍ୟାୟାଳୟରେ ବିଚାର ହେବ ବୋଲି ଆଶା କରାଯାଉଛି। ରାହୁଲ ଗାନ୍ଧୀ ତାଙ୍କ ଦଣ୍ଡାଦେଶ ଶୁଣାଇବାକୁ ଆବେଦନ ଉପରେ ଜରୁରୀ ଶୁଣାଣି ପାଇଁ ଅନୁରୋଧ କରିପାରିବେ।

ଏହାପୂର୍ବରୁ ଜୁଲାଇ ୭ ରେ ଗୁଜରାଟ ହାଇକୋର୍ଟ ତାଙ୍କ ମୋଦି ସରନେମ୍‌ ମନ୍ତବ୍ୟ ଉପରେ ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅନୁରୋଧକୁ ଖାରଜ
କରିଦେଇଥିଲେ। ରାହୁଲ ଗାନ୍ଧୀଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରି ଗୁଜରାଟ ହାଇକୋର୍ଟ କହିଥିଲେ ରାଜନୀତିରେ ସ୍ବଚ୍ଛତା ବତ୍ତର୍ମାନ ସମୟର ଆବଶ୍ୟକତା। ଜଷ୍ଟିସ ହେମନ୍ତ ପ୍ରଖକଙ୍କ ଏକକ ବେଞ୍ଚ ଆବେଦନକୁ ଖାରଜ କରି କହିଥିଲେ ଲୋକ ପ୍ରତିନିଧୀମାନେ ସ୍ବଚ୍ଛ ଚରିତ୍ରର ବ୍ୟକ୍ତି ହେବା ଉଚିତ। ଏଥିରେ କୁହାଯାଇଥିଲା ଦଣ୍ଡବିଧାନ ଉପରେ ରୋକ ପାଇଁ କୌଣସି ଯୁକ୍ତିଯୁକ୍ତ କାରଣ ନାହିଁ।

Share