ନୂଆଦିଲ୍ଲୀ,୧୪।୬: ନ୍ୟାଶନାଲ ହେରାଲ୍ଡ ମାମଲାରେ ଆଜି ପୁଣି ଇଡିରେ ହାଜର ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ତାଙ୍କୁ ମଙ୍ଗଳବାର ଦ୍ୱିତୀୟ ରାଉଣ୍ଡ ଜେରା କରିବ। ସୋମବାର ମଧ୍ୟ ରାହୁଲ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ। ସେଠାରେ ତାଙ୍କୁ ୧୦ ଘଣ୍ଟା ଧରି ଜେରା କରିଥିଲା ଇଡି। ନ୍ୟାଶନାଲ ହେରାଲ୍ଡ ମାମଲାରେ ରାହୁଲ ଗାନ୍ଧିଙ୍କୁ ସୋମବାର ଜେରା କରାଯାଇଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୨ଜଣ ଅଧିକାରୀ ରାହୁଲଙ୍କ ବୟାନ ରେକର୍ଡ କରିଥିଲେ। ‘ପିଏମଏଲଏ’ ଆକ୍ଟ ଧାରା ୫୦ ଅନୁସାରେ ତାଙ୍କ ବୟାନ ରେକର୍ଡ କରାଯାଇଥିଲା।